Monday, May 20, 2024
spot_imgspot_imgspot_img
Homeରାଜନୀତିଜିଲ୍ଲା ଓ ରେଳଲାଇନ ପାଇଁ ବିଜେଡି ଓ ଭାଜପା ପଦ୍ମପୁର ବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି...

ଜିଲ୍ଲା ଓ ରେଳଲାଇନ ପାଇଁ ବିଜେଡି ଓ ଭାଜପା ପଦ୍ମପୁର ବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି -ସତ୍ୟଭୂଷଣ ।

ପଦ୍ମପୁର – ପଦ୍ମପୁର କଂଗ୍ରେସ୍ କମିଟି ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲ ରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଖବରଦାତା ସମ୍ମିଳନୀ ରେ କଂଗ୍ରେସ ର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁକେନ୍ଦ୍ର ର ଭାଜପା ଓ ରାଜ୍ୟ ର ବିଜେଡ଼ି ସରକାର ଉପରେ ବର୍ଷି ଥିଲେ ଆଜି ବିଜେଡି ନେତା ଭି କେ ପାଣ୍ଡିଆନ ପଦ୍ମପୁର ଜିଲ୍ଲା ଦାବୀ, ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମେତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ପ୍ରତି ପଞ୍ଛାୟତ କୁ ୧କୋଟି ଟଙ୍କାର ଅନୁଦାନ ଦିଆଯାଇଛି ତାହା ଡାହା ମିଛ ବୋଲି କହିଛନ୍ତି ,ଯଦି ଦେଇଛନ୍ତି ତା ହେଲେ ତାଙ୍କ କର୍ମୀ ଓ ନେତା ଜାଲ ବିଲ୍ କରି ଅର୍ଥ ଆତ୍ମସାତ କରିଛନ୍ତି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଜାଣିଶୁଣି ପଦ୍ମପୁର ଜିଲ୍ଲା ଘୋଷଣା କୁ ହାଇକୋର୍ଟ ରେ କେଶ କରି ଅଟକାଇଛନ୍ତି ବୋଲି କହିବା ସହିତ ନିଜର ଦୋଷ ଲୁଚାଇବା ପାଇଁ ବିରୋଧୀ ଙ୍କ ନାଁ ଧରୁଛନ୍ତି ବୋଲି କହିଥିଲେ । ସେହିପରି ଭାଜପା ର ମନ୍ତ୍ରୀ ଓ ନେତା ମାନେ ପଦ୍ମପୁର କୁ ରେଲ ଲାଇନ ର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା ବୋଲି କହିବା ସହିତ ଏହିଦୁଇ ସରକାର ପଦ୍ମପୁର ବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଥିଲେ । ଏହି ଖବରଦାତା ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଗୌନ୍ତିଆ କୁମାରସାହୁ, ଟାଉନ କଂଗ୍ରେସ ସଭାପତି ଦିଲିପ ଦାନୀ ଉପସ୍ଥିତ ଥିଲେ ।

error: Content is protected !!