Saturday, March 7, 2026
Homeରାଜନୀତି୫ଟି ସଚିବକୁ ଭେଟିଲା ଅଙ୍ଗ ନଦୀ ବନ୍ଧ ପ୍ରତିରୋଧ କମିଟି:ଛୋଟ ଆଡି ବନ୍ଧ ପାଇଁ ଦାବି...

୫ଟି ସଚିବକୁ ଭେଟିଲା ଅଙ୍ଗ ନଦୀ ବନ୍ଧ ପ୍ରତିରୋଧ କମିଟି:ଛୋଟ ଆଡି ବନ୍ଧ ପାଇଁ ଦାବି କଲା ।

ପଦ୍ମପୁର-ପଦ୍ମପୁର ନିର୍ବାଚନ ଗସ୍ତ ସମୟରେ ଅଙ୍ଗ ନଦୀ ବନ୍ଧ ପ୍ରତିରୋଧ କମିଟି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ। ପ୍ରତିରୋଧ କମିଟିର ସଭାପତି ବିଜୟ ସାହୁ, ସଂପାଦକ କେଶବ ସାହୁ ନେତୃତ୍ବରେ ସଦସ୍ୟମାନେ ଏକ ଦାବି ପତ୍ର ଅଧ୍ୟକ୍ଷଙ୍କୁ ଦେଇଥିଲେ। ପୂଝାରୀପାଲି ଠାରେ ଏକ ବୃହତ ନଦୀ ବନ୍ଧ ଯୋଜନା କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ଏଥିରେ ଓଡିଶାର ୨୮ ଓ ଛତିଶଗଡ଼ ରାଜ୍ୟର ୪ ମୌଜାର କେତେକାଂଶ ପ୍ରଭାବିତ ହେବ। ତେଣୁ ବିସ୍ଥାପନ ବିହୀନ ଛୋଟ ଛୋଟ ଆନିକଟ, ଆଡିବନ୍ଧ କରି ଜଳସେଚନର ସୁବିଧା କରିବାକୁ କମିଟି ଅନୁରୋଧ କରିଛି। ନିର୍ବାଚନ ପରେ ଏହି ପ୍ରସଙ୍ଗରେ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ।

error: Content is protected !!