Thursday, December 5, 2024
spot_imgspot_imgspot_img
Homeରାଜ୍ୟୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ।

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ।

ପଦ୍ମପୁର- ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ଚିତ୍ରକଳା ଓ ହସ୍ତଶିଳ୍ପର ପ୍ରଦର୍ଶନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ମହାବିଦ୍ୟାଳୟର ଆସିଷ୍ଟାଣ୍ଠ ପ୍ରଫେସର ଡ. କିଶୋର ନାୟକ, ଦେଉଲି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ତନ୍ମୟା ଦେବ୍‌ତା, ଜଗନ୍ନାଥ ବିଦ୍ୟାଳୟର କୃଷ୍ଣଚନ୍ଦ୍ର ହୋତା , ମେଡିସିନ ସ୍ପେସିଆଲିଷ୍ଟ ଡ.ରଞ୍ଜନ କୁମାର ମହେର , ମହିଳା ମହାବିଦ୍ୟାଳୟର ରାସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ଦିବ୍ୟ କିଶୋର ପଣ୍ଡା ଏବଂ ଶ୍ରୀଯୁକ୍ତ ଆଶିସ କୁମାର ବୈକାର ବିଚାରକ ଭାବରେ ଯୋଗଦେଇଥିଲେ ।

ସୁ୍କଲର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସ, ଚେୟାରମାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଏକାଡେମିକ୍ ଡାଇରେକ୍ଟର ଡ. ରାକେଶ ସାହୁ, କୋର୍ଡିନେଟର ଶ୍ରୀମତୀ ନିବେଦିତା ଦାସ ଓ ବିଚାରକ ମଣ୍ଡଳୀ ମାନଙ୍କ ଶୁଭ ହସ୍ତରେ ବିଜ୍ଞାନମେଳାର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ବିଜ୍ଞାନ ମେଲାରେ Sustainable development, resource Management, Electricity, Eco Club, ଇତ୍ୟାଦି ବିଷୟକୁ ଭିିତ୍ତିକରି ପିଲାମାନେ ବିଭିନ୍ନ ପ୍ରକାରର ମଡେଲ ମାନ ତିଆରି କାରିଥିଲେ ।

ସ୍କୁଲର ବିଜ୍ଞାନ ଶିକ୍ଷକ ସୋମିତା ମଣ୍ଡଲ , ଡୋଲନେତ୍ରୀ ହଂସ, ସୁମିତ ସାହୁ ପିଲାମାନଙ୍କୁ ଏହି ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ଓ ମାଡେଲ ତିଆରି ପାଇଁ ସାହାଯ୍ୟ କରିଥିଲେ । ଚିତ୍ରକଳା ଓ ହସ୍ତଶିଳ୍ପ ପାଇଁ ସୁ୍କଲର ଶିକ୍ଷକ ମାନେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଓ ଅଭିଭାବକ ମାନେ ଅତି ସୁନ୍ଦର ସୁନ୍ଦର ପିଲାମାଙ୍କ କୁନି କୁନି ହାତ ତିଆରି ଚିତ୍ର ଓ ହସ୍ତଶିଳ୍ପ ମାନ ଉପସ୍ଥିତ କରାଇଥିଲେ ।

error: Content is protected !!