
ପଦ୍ମପୁର – ଆର୍.ବି ହାଇସ୍କୁଲ ପଡିଆରେ ଚାଲୁଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ କ୍ୟୁ.ସି.ଆଇ ୱାରିଅର୍ ରାୟପୁର ଓ ଆର୍.ୱାଈ.ସି.ସି ରାଉରକେଲା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୩୨.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୦ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ରାୟପୁର ଦଳ ୨୯.୪ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି। ରାୟପୁର ଦଳର ଚନ୍ଦ୍ରକାନ୍ତ ବିଟ୍ଟୁ ୬୨ ବଲରେ ୬୪ରନ୍ ସଂଗ୍ରହ କରିଥିଲେ।

ସେହିପରି ରାଉରକେଲା ଦଳର ଦୂର୍ଗେସ କୁମାର ୭ ଓଭରରେ ୨୭ ରନ ବଦଳରେ ଗୋଟିଏ ୱିକେଟ୍ ସଂଗ୍ରହ କରି ଥିଲେ। ପୁରସ୍କାର ବିତରଣୀ ସମାରୋହରେ ମୁଖ୍ଯ ଅତିଥି ଭାବରେ ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ରାୟପୁର ଦଳର ଚନ୍ଦ୍ରକାନ୍ତ ବିଟ୍ଟୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍ କୁ ଚୂଡ଼ାମଣି ପାଢୀ ଓ ପୃଥ୍ୱୀରାଜ ମିଶ୍ର ପରିଚାଳନା କରିଥିବା ବେଳେ ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ରୋହିଣୀ ପାଣ୍ଡେ ଓ ଆନନ୍ଦ ବିଶ୍ଵାଳ ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।


