Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୨୫ତମ କାର୍ଗିଲ ବିଜୟ ଦିବସରେ ସହିଦଙ୍କ ସ୍ମୃତିରେ ବୃକ୍ଷ ରୋପଣ ।

୨୫ତମ କାର୍ଗିଲ ବିଜୟ ଦିବସରେ ସହିଦଙ୍କ ସ୍ମୃତିରେ ବୃକ୍ଷ ରୋପଣ ।

ବରଗଡ଼ – ଦେଶ ଓ ମାତୃଭୂମିର ରକ୍ଷା କରିବାକୁ ଯାଇ ନିଜର ସର୍ବସ୍ବ ବଳିଦାନ ଦେଇଥିବା ବୀର ପୁତ୍ର ମାନଙ୍କୁ ସଲାମ । ଆଜି କାର୍ଗିଲ ବିଜୟ ଦିବସକୁ ୨୫ ବର୍ଷ ପୂରଣ ହୋଇଯାଇଛି । ଠିକ ଆଜିର ଦିନରେ ଦୀର୍ଘ ୬୦ ଦିନ ଧରି ଚାଲିଥିବା କାର୍ଗିଲ ଯୁଦ୍ଧରେ ବିଜୟୀ ହୋଇ କାର୍ଗିଲ ଟାଇଗର ହିଲରେ ଭାରତୀୟ ପତାକା ଉଡାଇଥିଲେ ଭାରତୀୟ ବୀର ସୈନିକ । ହେଲେ ଏହି ବିଜୟ ହାସିଲ କରିବାକୁଯାଇ ଅନେକ ବୀର ପୁତ୍ର ନିଜର ପ୍ରାଣର ବଳିଦାନ ଦେଇଥିଲେ ତାଙ୍କର ସ୍ମୃତିରେ ତଥା କାର୍ଗିଲ ବିଜୟ ଦିବସର ୨୫ତମ ବର୍ଷ ପାଳନ ଅବସରରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ବରଗଡ଼ ପଞ୍ଚାୟତ କଲେଜ ଆଲୁମିନି ସଦସ୍ୟଙ୍କ ମିଳିତ ଉଦ୍ୟମରେ କଲେଜ ପରିସରରେ ୨୫ଗୋଟି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା ।

ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କଲେଜ ଆଲୁମିନି ସଦସ୍ୟ ଶ୍ରୀ ଅମିତ ସାହୁ , ପଞ୍ଚାୟତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ବିଜୟ ନାଗ ଏବଂ PET ଅଧ୍ୟାପକ ଶ୍ରୀ ତନ୍ମୟ ସାହୁ ଏବଂ ସଂକଳ୍ପ ପରିବାର ସଭାପତି ଶ୍ରୀ ବିକାଶ କୁମାର ଅଗ୍ରୱାଲ ଓ ବିକାଶ ଭୋଇ, ନିଲେସ ପଧାନ, ଚନ୍ଦନ ପଧାନ, ଦେବାଶିଷ ଡାଙ୍ଗ, ଚିନ୍ମୟ ପାଣ୍ଡେ ,ସୁରେନ୍ଦ୍ର ଭୁଏ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ଓ ଲଗାଯାଇଥିବା ସମସ୍ତ ବୃକ୍ଷର ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ ।

error: Content is protected !!