Sunday, March 8, 2026
Homeରାଜ୍ୟ୨୦୧୩ ମ୍ୟାଟ୍ରିକ ବ୍ଯାଚର ବନ୍ଧୁମିଳନ ।

୨୦୧୩ ମ୍ୟାଟ୍ରିକ ବ୍ଯାଚର ବନ୍ଧୁମିଳନ ।

ଗାଇସିଲେଟ(ରିଙ୍କୁ ଦେବତା)-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲରେ ୨୦୧୩ମସିହାରେ ଶିକ୍ଷା ଅଧ୍ୟୟନ କରିଥିବା ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଭିଷେକ ଦେବତାଙ୍କ ଉଦ୍ୟମ ରେ ସ୍ଥାନୀୟ ଘେଁସାଲି ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଛାତ୍ରଛାତ୍ରୀ ୨୦୦୪ ମସିହା ଠାରୁ ସ୍ଥାନୀୟ ୟୁଜିୟୁପି ସ୍କୁଲ ରେ ପ୍ରଥମ ଶ୍ରେଣୀରେ ନାମଲେଖାଇ ଦୀର୍ଘ ଦଶବର୍ଷ ଧରି ସମସ୍ତେ ଏକାଠି ଶିକ୍ଷା ଅଧ୍ୟୟନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ସେ ସମୟର ସ୍ମୃତିଚାରଣ କରିଥିଲେ।

ବର୍ତ୍ତମାନ କିଏ କିଏ ବଡବଡ ଚାକିରୀ କରି ବୈବାହିକ ଜୀବନ ଆରମ୍ଭ କରିଥିବା ବେଳେ କିଏ କିଏ ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ଘରୁ ଠାରୁ ସୁଦୂର ରାଜଧାନୀ ଭୁବନେଶ୍ବରରେ ରହି କିଏ ବ୍ୟାଙ୍କିଙ୍ଗ ପାଇଁ ତକିଏ ଡାକ୍ତରୀ ପାଠ ପଢି ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡିଛି। ଏଥିରେ ପ୍ରୀୟବ୍ରତ ପାତ୍ର,ସଂଜୟ ନାୟକ,ଅନଙ୍ଗ ପ୍ରଧାନ,ଅଜିତ ସାହୁ,ଅମି ପ୍ରଧାନ, ଇତିଶ୍ରୀ ବିଶ୍ବାଳଙ୍କ ସମେତ ସଶ୍ମିତା ପଧାନ ଯୋଗଦାନ କରିଥିଲେ।

error: Content is protected !!