ବରଗଡ-ବରଗଡ ଜିଲ୍ଲା ଏକାମ୍ର ଛକ ଠାରୁ ଦୁବଳାବାହାଲ ଭାୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ କାମ ଚାଲୁଛି।ଏହି ନିର୍ମାଣଧିନ ରାସ୍ତା ଏକାମ୍ର ଛକ ଠାରୁ ଝିଲ୍ଳୀ ନାଳା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ କରୁଥିବା ସ୍ଥଳେ ଝିଲ୍ଳି ନାଳା ଠାରୁ ଭାୟା ଗୁଦେରପାଲି ଦୁବଲାବାହାଲ ପର୍ଯ୍ୟନ୍ତ ଓଡିଶା ସେତୁ ନିର୍ମାଣ ନିଗମ ଲିମିଟେଡ (ଓବିସିସି) କମ୍ପାନୀ କରୁଅଛି। ହେଲେ ପରିତାପର ବିଷୟ ଏହି ରାସ୍ତାର ଗୁଦେରପାଲି ନିକଟରେ ଥିବା ଘେଁସାଳି ନଦୀରେ ବିଗତ ଦୁଇ ବର୍ଷ ହେଲା ଉଚ୍ଚ ପୋଳ ନିର୍ମାଣ ହୋଇସାରିଥିଲେ ମଧ୍ୟ ରାସ୍ତା ସଂଯୋଗୀକରଣ ଏପର୍ଯ୍ୟନ୍ତ ହୋଇପାରି ନାହିଁ।
ଏଥିପାଇଁ ପୂର୍ତ୍ତ ବିଭାଗ ଜମି ଅଧିଗ୍ରହଣ କାମ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୦.୧୮ ଡିସିମିଲ ଜମିର ସମାଧାନ ହୋଇପାରି ନାହିଁ।ଏହି କାର୍ଯ୍ଯ ମଧ୍ୟ ପୂର୍ତ୍ତ ବିଭାଗ ରୁ ଓବିସିସି କମ୍ପାନୀକୁ ହସ୍ତାନ୍ତର ହୋଇ ସ୍ଥାଣୁ ଅବସ୍ଥାରେ ପଡ଼ିରହିଛି। ସେହିପରି ତେଲମହୁଲ ଛକ ଠାରେ ନିର୍ମାଣଧିନ ରାସ୍ତାକୁ ସେଠାରେ ପ୍ରଭାବିତ ହୋଇଥିବା ନଦୀର ବ୍ରିଜ୍ ପାଖକୁ ସିଧା କରିବା ପାଇଁ ଜମି ଅଧିଗ୍ରହଣ କରାଯାଇଛି।କିନ୍ତୁ ଏଠାରେ ରାସ୍ତା କୁ ସିଧା କରିବା ପରିବର୍ତ୍ତେ ନିର୍ମାଣ କାରି ସଂସ୍ଥା ଚଞ୍ଚକତା କରି ଆଗରୁଥିବା ପୁରୁଣା ରାସ୍ତା ଉପରେ କାମ କରିଦେଉଥିବା ଅଭିଯୋଗ ହେଉଛି।ବର୍ତ୍ତମାନ ସୁଦ୍ଧା କୈାଣସି ଠାରେ ଉକ୍ତ କାର୍ଯ୍ଯର ସୁଚନା ଫଲକ ଲଗାଯାଇ ନାହିଁ।ବିଭିନ୍ନ ସ୍ଥାନରେ ବଡବଡ ଗାତ ଓ ବିପଦ ସଂକୁଳ ଡ୍ରାଇଭର୍ସନ ହେତୁ ଅନେକ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି।
ସମସ୍ତ ବିଷୟ ଅଣଦେଖା କରି ନିର୍ମାଣ କାରି ସଂସ୍ଥା କାମ କରୁଥିଲେ ମଧ୍ୟ ଓବିସିସି କମ୍ପାନୀର ଅଧିକାରୀ ସଂପୂର୍ଣ୍ଣ ନିରବ କାହିଁକି? ପୂର୍ତ୍ତ ବିଭାଗ ରୁ ଓବିସିସି କମ୍ପାନୀକୁ କାର୍ଯ୍ଯ ପରିବର୍ତ୍ତନ ହେଲା ପରେ ସମସ୍ତ ନିୟମ ବଦଲିଗଲା କି? ଉକ୍ତ ରାସ୍ତା ନିର୍ମାଣ କାରି କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ଜନସାଧାରଣ ଅତିଷ୍ଠ ହୋଇ, ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଏବିଷୟରେ ଦାନା ବାନ୍ଧୁଥିବା ଜନ ଅସନ୍ତୋଷ ନିର୍ବାଚନ ଆଚରଣବିଧି ଉଠିଲା ପରେ ଜନ ଆନ୍ଦୋଳନ ର ରୂପ ନେବାକୁ ଯାଉଛି ବୋଲି ସମାଜସେବୀ କିଶୋର ଚନ୍ଦ୍ର ଦେବତା ସୁଚନା ଦେଇଛନ୍ତି।