
ଗାଇସିଲେଟ-ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସଭା କକ୍ଷ ଠାରେ ଶ୍ରୀଯୁକ୍ତ ଦିବାକର ସାହୁ ଏବଂ ଝସକେତନ ସାହୁଙ୍କ ନେତୃତ୍ୱରେ ତାଲପାଲି ଉଚ୍ଚ ବିଦ୍ୟାଳୟର ୧୯୯୯ ମେଟ୍ରିକ୍ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିବା ନିମିତ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ବନ୍ଧୁମିଳନର ତାରିଖ, ସ୍ଥାନ, କାର୍ଯ୍ୟକ୍ରମର ରୂପରେଖ, ଆମନ୍ତ୍ରଣ ପ୍ରକ୍ରିୟା, ଅର୍ଥସଂଗ୍ରହ ଓ ବିଭିନ୍ନ ସବ୍-କମିଟି ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ଉପସ୍ଥିତ ସଦସ୍ୟମାନେ ପୁରୁଣା ସ୍ମୃତିକୁ ସଜୀବ କରିବା ସହ ସମସ୍ତ ବନ୍ଧୁଙ୍କ ସାମିଲ ନିଶ୍ଚିତ କରିବା ପାଇଁ ସମ୍ପର୍କ ସଂଗ୍ରହ ଉପରେ ଜୋର ଦେଇଥିଲେ।

ଶେଷରେ ସମସ୍ତଙ୍କ ସହଯୋଗରେ ବନ୍ଧୁମିଳନକୁ ଭବ୍ୟ ଓ ସ୍ମରଣୀୟ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏବଂ ଆଗାମୀଦିନରେ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା ।ଏହି ଅବସରରେ ବଳରାମ ସାହୁ,ବୀରେନ୍ଦ୍ର ମହାପାତ୍ର,ସତ୍ୟଭୂଷଣ ସାହୁ,ରାଧାକାନ୍ତ ଭୋଇ,ଗଙ୍ଗାଧର ନାୟକ,ପ୍ରଦୀପ ସାହୁ, ସର୍ଜନ ରଣା,ନରେନ୍ଦ୍ର ତରିଆ,ଶେଷଦେବ ସାହୁ,ଜୟନ୍ତ ସେଠ ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିଶେଷରେ ଡମ୍ବରୁଧର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।



