Saturday, March 7, 2026
Homeଖେଳ୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଚତୁର୍ଥ ଦିବସ : ସେମିରେ ଭୁବନେଶ୍ଵର ।

୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଚତୁର୍ଥ ଦିବସ : ସେମିରେ ଭୁବନେଶ୍ଵର ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆ ଠାରେ ଗୋଲ୍ଡେନଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପର ଚତୁର୍ଥ ଦିବସର ଖେଳରେ ୪ ଗୋଟି ଦଳ ମଧ୍ୟରୁ ଭୁବନେଶ୍ଵର କ୍ବାଟର ଫାଇନାଲ ମ୍ୟାଚରେ ପୁରୀକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଚତୁର୍ଥ ଦିନର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଓ ପଦ୍ମପୁର ଏନଏସିର କାଉନସିଲର ପ୍ରିୟରଞ୍ଜନ ଭୋଇ ଯୋଗଦେଇ ମେନ୍ ଅଫଦି ମ୍ୟାଚ ଭାବରେ ଭୁବନେଶ୍ଵର ଦଳର ପରଙ୍ଗ ରାଜୁଙ୍କୁ ପୁରସ୍କୃତ କରିଥିଲେ।

ଚତୁର୍ଥ ଦିନର ମ୍ୟାଚକୁ ଅମ୍ପାୟାର ସନମ ସାହୁ,ସୁଜିତ୍ ପାଣିଗ୍ରାହୀ,ଉମେଶ ଭୋଇ,ହୋନୁ ଅଗ୍ରୱାଲ,ପରିଚାଳନା କରିଥିବା ବେଳେ ସୁନୀଲ,ସନ୍ତୋଷ ସ୍କୋରର ଦାୟିତ୍ବ ତୁଲାଇଥିବା ବେଳେ ବୁଦ୍ଧଦେବ ମହାରଣା ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ,ଆକାଶ,ସୁଜିତ,ବିକାଶ,ଅର୍ଜୁନ, ସନ୍ତୋଷ,ଦୟା,ରୋହନ,ଆକାଶ,ସୁଶୀଲ,କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ,ଯତୀନ,ସୌରଭ,ଜଗନ୍ନାଥ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

error: Content is protected !!