Saturday, April 19, 2025
spot_imgspot_imgspot_img
Homeଅଘଟଣ୧୧ ଜଣ ଦାଦନ ଶ୍ରମିକ ଚାଲାଣ ବେଲେ ଉଦ୍ଧାର କଲା ପୋଲିସ : ଦାଦନ ସର୍ଦ୍ଦାର...

୧୧ ଜଣ ଦାଦନ ଶ୍ରମିକ ଚାଲାଣ ବେଲେ ଉଦ୍ଧାର କଲା ପୋଲିସ : ଦାଦନ ସର୍ଦ୍ଦାର ଗିରଫ।

ତୁରେକେଲା – ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଲି ଗାଁ ରୁ ୧୧ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଚାଳକ କରୁଥିବା ନେଇ ଖବର ପାଇ ତୁରେକେଲା ପୋଲିସ ଉଦ୍ଧାର କରିଛି।

ସୂଚନା ଅନୁସାରରେ ମହୁଲବାହାଲି ଗାଁ ୨ ଜଣ ମହିଳା, ୩ ଶିଶୁ ,୬ ଜଣ ପୁରୁଷକୁ ଉଦ୍ଧାର କରାଯାଇଛି। ଦାଦନ ସର୍ଦ୍ଦାର ସେମାନଙ୍କୁ ଅଟୋ ଜରିଆରେ ରେଲବାଇ ଷ୍ଟେସନ ନେଉଥିବା ଅଟୋକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।

ବେଆଇନ ଭାବେ ରାଜ୍ଯ ବାହାରକୁ ଶ୍ରମିକ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ଲୋଚନ ଧରୁଆ, ପଣ୍ଡିତ ଖୁର ଙ୍କୁ ଗିରଫ କରାଯାଇଥିବା ନେଇ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

error: Content is protected !!