ପଦ୍ମପୁର-କେନ୍ଦୁପତ୍ର ଉତ୍ପାଦନ ରେ ନାଁ କରିଥିବା ପଦ୍ମପୁର ଡିଭିଜନରେ କେନ୍ଦୁପତ୍ର ଉତ୍ପାଦନ ଦିନ ଦିନ ହ୍ରାସ ପାଇବାରେ ଲାଗିଛି । ଏହି ପଦ୍ମପୁର ଡିଭିଜନ ଅଞ୍ଚଳର କେନ୍ଦୁପତ୍ରର ବିଶେଷ ଚାହିଦା ଥିବାବେଳେ ଏହାର ହ୍ରାସକୁ ନେଇ ତୋଲାଲୀ ମାନେ ଚିନ୍ତାରେ ପଡୁଛନ୍ତି । ପଦ୍ମପୁର ରେଞ୍ଜ ଅଧିନରେ ଥିବା ବୁବୁଡା ,ଦହିତା, ଡ଼ଙ୍ଗାଛଞ୍ଛା, ବୁଡେନ ସାର୍କିଳରେ ବିଗତ ବର୍ଷ ମାନଙ୍କ ତୁଲନାରେ ପତ୍ର ସଂଗ୍ରହ ହୋଇ ପାରୁନି ।ଚଳିତ ବର୍ଷ ଫେବୃଆରୀ ୨୩ ରୁ ଗୋଛାକଟା ଆରମ୍ଭ ହୋଇଥିବା ବେଲେ ପତ୍ର କଅଳିବା ପରେ ମହୁଲ ସଂଗ୍ରହ କାରୀ ମାନେ ଜଙ୍ଗଲ ରେ ନିଆଁ ଲଗାଇ ଦେଉଥିବାରୁ ପତ୍ର ନଷ୍ଟ ହେଉଥିବା ଏକ କାରଣ ହୋଇଥିବା ବେଳେ । ପଞ୍ଚାୟତ ମାନଙ୍କ ମନରେଗା ଯୋଜନାରେ ଜଳ ସଂରକ୍ଷଣ ପାଇଁ ଜଙ୍ଗଲ ଜମି ଓ ଗୋଚର ଜମିରେ ବ୍ୟାପକ ମାତ୍ରାରେ ଟ୍ରେଞ୍ଚ ଖୋଲାଯାଉଥିବାରୁ ଏହି କେନ୍ଦୁ ପତ୍ର ଗଛ ନଷ୍ଟ ହେଉଛି ବୋଲି ତୋଲାଲୀ ଓ କର୍ମଚାରୀ ମତ ଦେଉଛନ୍ତି ।ଯାହାକି ତୋଲାଲୀ ମାନଙ୍କ ରୋଜଗାର କମି ଯାଉଛି । କେନ୍ଦୁପତ୍ର ସଂଗ୍ରହ ଅଞ୍ଚଳରେ ଏହି ଟ୍ରେଞ୍ଚ ଖୋଲା କାର୍ଯ୍ୟ ବନ୍ଦ କରିବା ସହିତ ବିଭାଗୀୟ ଅଧିକାରୀ ଜଙ୍ଗଲ ନିଆଁ ରୋକିବା ପାଇଁ ଦୃଷ୍ଟି ଦେବାକୁ ତୋଲାଲୀ ମାନେ ମତ ଦେଇଛନ୍ତି ।
