ପଦ୍ମପୁର-ପଦ୍ମପୁର ନିକଟସ୍ଥ ଦେଉଳି ଗ୍ରାମର ଜଣାଶୁଣା ଫୁଟବଲ ଖେଳାଳୀ ଚିତ୍ତରଞ୍ଜନ ସିଂ ଶ୍ରୀଦାରଙ୍କ ୪୭ ବର୍ଷ ବୟସରେ ଶୁକ୍ରବାର ହୃଦଘାତରେ ଦେହାନ୍ତ ହୋଇଯାଉଛି । ସେ ଦେଉଲିର ଗୌନ୍ତିଆ ସ୍ୱର୍ଗତ ଲୋଚନ ଶ୍ରୀଦାରଙ୍କ ଚତୁର୍ଥ ପୁଅ ଥିଲେ । ସେ ପଦ୍ମପୁର ଅଞ୍ଚଳର ଜଣାଶୁଣା ଫୁଟବଲ ଖେଳାଳୀ ତଥା ସଂଗଠକ ସମାଜସେବୀ ମେଲପୀ ସହୃଦୟ ବ୍ୟକ୍ତିଥିଲେ । ତାଙ୍କ ଅନ୍ତେ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ଛାଡି ଯାଇଛନ୍ତି ।ପୁଅ ସ୍ୱରାଜ ସିଂ ଶ୍ରୀଦାର ମୁଖାଗ୍ନି ଦେଇଥିଲେ । ତାଙ୍କର ଅକାଳ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳି ଯାଉଛି l