ପଦ୍ମପୁର-ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ପଦ୍ମପୁର ବିଜେଡି । ବରିଷ୍ଠ ତଥା ଆଗଧାଡିର ବିଜେଡି ନେତା ପ୍ରିତମ ମେହେରଙ୍କ ନେତୃତ୍ୱରେ ତାଙ୍କ ଦୁଇ ହଜାରରୁ ଅଧିକ ସମର୍ଥକଙ୍କ ସହ ବାଜା,ବାଣ,ରୋଶଣୀ ଓ ଶୋଭାଯାତ୍ରାରେ ବାହାରି ପଦ୍ମପୁର ସହର ପରିକ୍ରମା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପୂର୍ବରୁ ନିଦ୍ଧାରିତ ଅଶୋକ ପଡିଆ ଠାରେ ଆୟୋଜିତ ସଭା ସ୍ଥାଳକୁ ପହଂଚିଥିଲେ ବିଜେଡି ନେତା ଓ କର୍ମୀ । ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ,ବରଗଡ ସାଂସଦ ପ୍ରଦୀପ ପୁରୋହିତ ବରିଷ୍ଠ ନେତା ଗୋବର୍ଦ୍ଧନ ଭୁଏ,ବରଗଡ ଜିଲ୍ଲା ସଭାପତି ଅରୁପା ସାହୁ ତଥା ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ୨୦୦୦ ରୁ ଅଧିକ ବିଜେଡି କର୍ମୀ ଓ ନେତା ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ।

ବିଜୁ ଜନତା ଦଳ ପାଇଁ ସେମାନେ ଅନେକ କାମ କରିଥିଲେ ସୁଦ୍ଧା। ବିଜୟ ରଂଜନ ସିଂ ବରିହାଙ୍କ ନିଧନ ପରେ ସେମାନଙ୍କୁ ଅଣଦେଖା କରିବା ସହ ଅପମାନିତ କରାଯାଇଥିବା ଅଭିଯୋଗ କରିଥିଲେ । ତେଣୁ ପଦ୍ମପୁର ଅଂଚଳର ବିକାଶ ତଥା ଅଗ୍ରଗତି ପାଇଁ ନିଜ ସମର୍ଥକ ମାନଙ୍କ ସହ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ଏବଂ ଆଗାମୀ ଦିନରେ ବିଜେପିର ନିତି ଆଦର୍ଶରେ ଦଳ ପାଇଁ କାମ କରିବେ ବୋଲି ପ୍ରିତମ ମେହେର କହିଛନ୍ତି । ଏକଦା ବିଜୟ ରଞ୍ଜନ ସିଂ ବରିହାଙ୍କ ପାଖ ଲୋକ କୁହାଯାଉଥିବା ତଥା ବିଜେଡିର ବରିଷ୍ଠ ନେତା ପ୍ରିତମ ମେହେର ବିଜେଡି ଛାଡି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ।

ପ୍ରିତମ ମେହେର ବିଜୁ ଜନତା ଦଳ ତରଫରୁ ପଦ୍ମପୁର ଟାଉନ ସଭାପତି,ପଦ୍ମପୁର ଏନଏସି ଅଧ୍ୟକ୍ଷ, କୃଷି ସମବାୟ ସମିତିର ବିଭିନ୍ନ ପଦପଦବୀ, ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ସଦସ୍ୟ ତଥା ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଥିଲେ । ବିଜୟ ରଞ୍ଜନ ସିଂ ବରିହାଙ୍କ ପାଖ ଲୋକ,ବିଜେଡିର ମଙ୍ଗ ସମ୍ଭାଲୁଥିବା ତଥା ବିଜେଡି ତରଫରୁ ଅନେକ ପଦ ପଦବିରେ ରହିଥିବା ଥିବା ପ୍ରିତମ ମେହେରଙ୍କୁ କାହିଁକି ଅଣଦେଖା କଲା ତାହା ଚର୍ଚ୍ଚାର ବିଷୟ । ପ୍ରିତମ ମେହେର ବିଜେଡି ଛାଡି ବିଜେପିରେ ଯୋଗଦେବା କାହା ପାଇଁ ଲାଭ ଦାୟକ ତାହା ଆଗାମୀ ଦିନରେ ଜଣା ପଡିବ ।




