Monday, November 25, 2024
spot_imgspot_imgspot_img
Homeରାଜ୍ୟହୁଗୁଲା ପଦ୍ମପୁର କୃଷିବିଭାଗ,ପଦ୍ମପୁର ଅଂଚଳରେ ବଢିଚାଲିଛି ବେଆଇନ ବିହନ,ସାର ଓ କୀଟନାଶକ କାରବାର ।

ହୁଗୁଲା ପଦ୍ମପୁର କୃଷିବିଭାଗ,ପଦ୍ମପୁର ଅଂଚଳରେ ବଢିଚାଲିଛି ବେଆଇନ ବିହନ,ସାର ଓ କୀଟନାଶକ କାରବାର ।

ପଦ୍ମପୁର- ବରଗଡ ଜିଲ୍ଲା ଭାତ ହାଣ୍ଡି ଭାବରେ ପରିଚିତ । ପଦ୍ମପୁର ଉପଖଣ୍ଡ ଅଣଜଳସେଚିତ ଅଂଚଳ ହୋଇଥିଲେ ମଧ୍ୟ ଖରିଫ ଋତୁରେ ଚାଷୀମାନେ ବର୍ଷା ପଣି ଭରସାରେ ଭଲ ଫସଲ ଅମଳ କରିବା ପାଇଁ ଲାଗି ପଡିଥାନ୍ତି । ହେଲେ ଚାଷୀଙ୍କୁ ଶୋଷଣ କରିବାରେ ଲାଗି ପଡିଛନ୍ତି ଅସାଧୁ ବିହନ ଓ ସାର ଦୋକାନୀ । ପଦ୍ମପୁର ଅଂଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନକଲି ବିହନ ଓ ସାର ଦୋକାନୀ ସଂଖ୍ୟା ।

ଚାଷୀ ମାନେ କୌଣସି ପ୍ରକାରର ବିହନ,ସାର ଲିମ୍ବା ଔଷଧ କିଣିଲେ ଚାଷୀଙ୍କୁ କୌଣସି ପ୍ରକାର ବିଳ ଦେଉନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତିୁ । ପଦ୍ମପୁର କୃଷି ବିଭାଗର ଅଧିକାରୀ ମାନେ ନିୟମିତ ଭାବରେ ଦୋକାନ ଗୁଡିକ ପରିଦର୍ଶନ କରୁନାହାଁନ୍ତି କିମ୍ବା କାଗଜପତ୍ର ମଧ୍ୟ ଯାଂଚ କରୁନାହାଁନ୍ତି । ବିଭି୍‌ନ୍ନ ବିହନ ଓ ସାର ଦୋକାନ ଗୁଡିକରେ ତାଲିମପ୍ରାପ୍ତ ପିଲା ବଦଲରେ କମ ଟଙ୍କା ଦେଇ ଅଣତାଲିମପ୍ରାପ୍ତ ପିଲା ରଖୁଛନ୍ତି ।

ଫଳରେ ସେମାନେ ସଠିକ ରୋଗରେ ସଠିକ ଔଷଧ ଦେଉ ନାହାଁନ୍ତି । ଯାହାର ପ୍ରଭାବ ଚାଷି ଉପରେ ପଡୁଛି । କେତେକ ସ୍ଥାନରେ ଶାଗମାଛ ପରି ବଜାରରେ ବିହନ ଓ କୀଟନାଶକ ଔଷଧ ବିକ୍ରି ହେଉଥିବା ଦେଖିବାକୁ ମିଲିଥାଏ । ଏମିତିକି ପଦ୍ମପୁର କୃଷି ବିଭାଗ ଅଧିନରେ ଥିବା କେତେକ ସ୍ଥାନରେ ବିହନ, ସାର ଓ କୀଟନାଶକ ଦୋକାନର ସରକାରୀ ଅନୁମତି ନ ଥିଲେ ମଧ୍ୟ ବେଧଡକ ଭାବରେ ଚାଲିଛି ।

ହେଲେ ଏହି ସବୁ ସମସ୍ୟା ବିଷୟରେ ଜାଣି ମଧ୍ୟ କୃଷି ବିଭାଗ ନିରବଦ୍ରଷ୍ଠା ସାଜିଛି । କୃଷକ ମାନଙ୍କ ସେବା ପାଇଁ କୃଷି ବିଭାଗ ରହିଥିବା ବେଲେ ପଦ୍ମପୁର ଅଂଚଳରେ କୃଷି ବିଭାଗର କାର୍ଯ୍ୟକଳାପରୁ ଅସାଧୁ ବିହନ,ସାର ଓ କୀଟନାଶକ ଦୋକାନୀଙ୍କ ପରି ମନେ ହେଉଛି । ତେବେ ବିଭାଗୀୟ ଅଧିକାରୀ ଏ ବିଷୟରେ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଅଂଚଳର କୃଷକ ମାନେ ଉପକୃତ ହୋଇପାରିବେ ।

error: Content is protected !!