Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିହିମାଦ୍ରୀ ନଗରବାସୀଙ୍କ ମାତାପାର୍ବତୀଙ୍କ ବିଦାକି ।

ହିମାଦ୍ରୀ ନଗରବାସୀଙ୍କ ମାତାପାର୍ବତୀଙ୍କ ବିଦାକି ।

ବରପାଲି – ବରପାଲି ୧୪୭ ତମ ଶୀତଳଷଷ୍ଠୀ ଶିବବିବାହ ମହୋତ୍ସବ ଅବସରରେ କନ୍ୟାପକ୍ଷର ଝିଅ ବିଦାକି ଓ ମାତା ପାର୍ବତୀଙ୍କ ଶଶୁରାଳୟ ଗମନ ହୋଇଯାଇଛି । କନ୍ୟାପକ୍ଷଙ୍କ ପକ୍ଷରୁ ଝିଅ ବିଦାକି ଶୋଭାଯାତ୍ରା ହିମାଦ୍ରୀ ନଗରରୁ ବାହାରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାଜାଗାଜା ଆତଶବାଜି ମଧ୍ଯରେ ନଗର ପରିକ୍ରମା କରିଥିଲା। ସହର ପରିକ୍ରମା ସହ ଶୋଭାଯାତ୍ରା ରାତ୍ର ସମୟରେ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା । ଯାତ୍ରା କମିଟି କର୍ମକର୍ତ୍ତାଙ୍କ ଦ୍ବାରା ଦେବ ଦମ୍ପତିଙ୍କୁ ସ୍ଵାଗତ ଜଣାଇବା ସହିତ ପୂଜାର୍ଚ୍ଚନା ଓ ସହସ୍ରାଧିକ କର୍ପୁର ଆଳତି ଅର୍ପଣ କରାଯାଇଥିଲା । କନ୍ୟା ବିଦାକିରେ ଆସିଥିବା କନ୍ୟାପକ୍ଷ ଭଦ୍ରମଣ୍ଡଳୀ ଓ ଅତିଥିମାନଙ୍କୁ ସମ୍ମାନର ସହ ଅଭ୍ୟର୍ଥନା କରାଯାଇଥିଲା ।

ପରେ ବିଳମ୍ବିତ ରାତ୍ର ସମୟରେ ଭଣ୍ଡାର ଗୃହ ରାଜଭାଟି ସମ୍ମୁଖରୁ ଶିବଶକ୍ତି ଯୁଗଳମୂର୍ତ୍ତି ଓ ପାର୍ଶ୍ଵଦେବତା ମାନଙ୍କୁ ନେଇ ଲମ୍ବାନୀ ଶୋଭାଯାତ୍ରା ନଗର ପରିକ୍ରମାରେ ବାହାରିଥିଲା । ଶୋଭାଯାତ୍ରାଟି କଂସାରିପଡ଼ା , ତେଲିପଡ଼ା , କୁଷ୍ଟାପଡ଼ା , ମଧ୍ୟପଡ଼ା ଛିପିପଡ଼ା , ଗୁଡ଼ିଆପଡ଼ା , ଅଶୋକକ୍ଲବ , ହାଟପଦା , ଜବହାର କ୍ଲବ , ଡାକ୍ତରଖାନା ଛକ ବାଟଦେଇ ଗଙ୍ଗାଧର କଲ୍ୟାଣ ମଣ୍ଡପ ସମ୍ମୁଖରେ ପହଞ୍ଚିଥିଲା । ପରେ ପରଭା ବୋହୁଥିବା ଅଗାଡ଼ି ମାନେ ଦେବ ପରଭାମାନଙ୍କୁ କାନ୍ଧରୁ ଅବତରଣ କରିଥିଲେ। ଦେବଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ଦୂରଦୂରାନ୍ତରୁ ପହଞ୍ଚିଥିଲେ । ସହରର ମୁଖ୍ୟରାସ୍ତା ଏକ ଜନସମୁଦ୍ରରେ ପରିଣତ ହୋଇଥିଲା ।

ଭକ୍ତମାନେ ରାସ୍ତାର ଉଚ୍ଚ ସ୍ଥାନ ତଥା ରାସ୍ତା କଡ଼ରେ ଦେବଦେବୀଙ୍କ ଦର୍ଶନାର୍ଥେ ବହୁ ସମୟ ଅପେକ୍ଷାରେ ରହି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାରେ ଭିନ୍ନଭିନ୍ନ ଜାତୀୟ ନୃତ୍ୟ , ସଂଗୀତ , କିନ୍ନରମାନଙ୍କ ଲୋକକଳା , ଲୋକନୃତ୍ୟ , ଆତସବାଜି ଆଦି ବହୁ ଜାତୀୟ ସାଂସ୍କୃତିକ ଦଳଙ୍କୁ ସାମିଲ କରାଯାଇଥିଲା ।

error: Content is protected !!