Saturday, March 7, 2026
Homeରାଜ୍ୟହିନ୍ଦୁ ନବବର୍ଷ ପାଳନ ଓ ରଜତ ଜୟନ୍ତୀ ପାଇଁ କଳସ ଯାତ୍ରା।

ହିନ୍ଦୁ ନବବର୍ଷ ପାଳନ ଓ ରଜତ ଜୟନ୍ତୀ ପାଇଁ କଳସ ଯାତ୍ରା।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହା ସହିତ ରଜତ ଜୟନ୍ତୀ ପାଇଁ କଳସ ଯାତ୍ରା ର ଶୁଭାରମ୍ଭ ହୋଇଛି। କଳସ ଯାତ୍ରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ବାହାରି ମହାଦେବ ମନ୍ଦିର ଯୋଷୀ ବନ୍ଧ ରୁ ପବିତ୍ର ଜଳ ନେଇ ଗାଇସିଲେଟ ଗ୍ରାମ ପରିକ୍ରମା କରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ।କଠଉମାଲ ର ଓ କନ୍ଦୁମୁଣ୍ଡା ର ସଂକିର୍ତ୍ତନ ଦଳ କିର୍ତ୍ତନ ପରିବେଷଣ କରିଥିଲେ।

ମୁଖ୍ଯ ଅତିଥି ଭାବରେ ସନ୍ଥ ମାନଭଞ୍ଜନ ମହାରାଜା ଜୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଅରୁଣ ପାଣିଗ୍ରାହୀ, ବୁଦ୍ଧଦେବ ପୁରୋହିତ, ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ସରୋଜିନୀ ପୁଟେଲ ସଂଯୋଜନା କରିଥିବା ବେଳେ ଭଉଣୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା।ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ବୁଦ୍ଧଦେବ ପୁରୋହିତ।ଧର୍ମାନନ୍ଦ ମହଲା ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ସମସ୍ତ ଗୁରୁଜୀ ଓ ଗୁରୁମା ତଥା ପରିଚାଳନା ସମିତି ର ସଦସ୍ଯ ସଦସ୍ୟା ସହଯୋଗ କରିଥିଲେ।

error: Content is protected !!