Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିହିନ୍ଦୁ ଏକତା ଅନୁଷ୍ଠାନ ପକ୍ଷରୁ କାଉଡିଆ ସେବା ।

ହିନ୍ଦୁ ଏକତା ଅନୁଷ୍ଠାନ ପକ୍ଷରୁ କାଉଡିଆ ସେବା ।

ପଦ୍ମପୁର- ଶ୍ରାବଣ ମାସରେ ବାବା ଶିବଙ୍କ ମଥାରେ ଜଳାଭିଷେକ କଲେ ଶୁଭାର୍ଶିବାଦ ଲାବ ହୋଇଥାଏ ବୋଲି ଲୋକେ ବିଶ୍ୱାସ ରହିଛି । ତେଣୁ ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ କାଉଡିଆ ତଥା ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଲିଥାଏ । ପଦ୍ମପୁର ଉପଖଣ୍ଡର ନୃସିଂହନାଥ ପୀଠରୁ କାଉଡିଆ ମାନେ ପାଣି ଅଂଚଳ ତଥା ରାଜ୍ୟ ବାହାରର ଶୈବ ପୀଠରେ ଜଳାଭିଷେକ କରିଥାନ୍ତି ।

ଏହି ନୃସିଂହନାଥ ପୀଠକୁ ପଡୋଶୀ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟ କାଉଡିଆ ମାନେ ଆସିଥାନ୍ତି । ପଦ୍ମପୁର ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦୁ ଏକତା ଅନୁଷ୍ଠାନ ପକ୍ଷରୁ ରବିବାର ଦିନ କେର୍ମେଲାବାହାଲ ଛକ ଠାରେ କାଉଡିଆ ମାନଙ୍କୁ ସେବା କରାଯାଇଛି ।

ସେମନାଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ସହ ବିଶ୍ରାମର ବ୍ୟବସ୍ଥା ମଧ୍ୟ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା । ଏକି କାର୍ଯ୍ୟକ୍ରମରେ ଭଜନ ଅଗ୍ରୱାଲ,କହ୍ନେଇ ମେହେର,ଭୁପେଶ ସିଂ,କାହ୍ନୁ ଅଗ୍ରୱାଲ,ଅଜୁ ପଲସନିଆ,ବିଜୟ ଅଗ୍ରୱାଲ,ଟିଙ୍କୁ ଏବଂ ଅନ୍ୟାନ୍ୟ ମାନେ ସହଯୋଗ କରିଥିଲେ ।

error: Content is protected !!