Saturday, March 7, 2026
HomeUncategorizedହନୁମାନ ପୀଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଶୁଭସ୍ତମ୍ଭ ସ୍ଥାପିତ।

ହନୁମାନ ପୀଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଶୁଭସ୍ତମ୍ଭ ସ୍ଥାପିତ।

ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ବ୍ଲକ ତାଳସରଡା ପଞ୍ଚାୟତ ଟାଇଞ୍ଜନସ୍ଥିତ ହନୁମାନ ପୀଠରେ ଦଶମ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ଥାନୀୟ ମହାବୀର ମହାସଂଘ ପକ୍ଷରୁ ଜାନୁୟାରୀ ୨୭ ରୁ ୩୧ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ  ମଙ୍ଗଳବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏହି ଅବସରରେ ରାବଣ ଦରବାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ସୁମନ୍ତ ବାବାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ପ୍ରତାପ ସାହୁ, ଚତୁର୍ଭୁଜ ମେହେର, ପ୍ରକାଶ ରଥ, ଦିଲୀପ ସାହୁ, ସତ୍ୟ ଷାଣ୍ଢ, ଯୋଗେଶ ମେହେର, ସୁଶାନ,ବୁନା ଓ ସଂଘର ସମସ୍ତ ସଦସ୍ୟ ଉପସ୍ଥିତଥିଲେ । ବାଉଁଶୁଣୀ ଅଞ୍ଚଳର ବିଶିଷ୍ଟ ମଞ୍ଚ କଳାକାର ସଂଗ୍ରାମ ଦେହୁରୀ ରାବଣ ଭୂମିକାରେ ଅଭିନୟ କରିବାକୁ ଥିବା ବେଳେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ମିନାବଜାରର ବ୍ୟବସ୍ଥା କରାଯାଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

error: Content is protected !!