Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସ୍ୱପ୍ନେଶ୍ୱର ବାବାଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ।

ସ୍ୱପ୍ନେଶ୍ୱର ବାବାଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ।

ପଦ୍ମପୁର – ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କ ର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ଏବଂ ଏହି ଉତ୍ସବ କୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରି ପେକ୍ଷୀ ରେ ପଦ୍ମପୁର ସାର୍ବଜନୀନ ଶିତଳ ଷଷ୍ଠି କମିଟି ତରଫ ରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଆୟୋଜିତ ହୋଇଥିବା ବେଳେ ଆଜି ବାବା ସ୍ୱପ୍ନେଶ୍ଵର ମାହାଦେବ ଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ ହୋଇଥିଲା । ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ସ୍ୱପନେଶ୍ୱର ବାବା ଙ୍କର ମନ୍ଦିର ରୁ ଘଣ୍ଟ ସଙ୍ଖ ଡମ୍ବରୁ ନାଦ ସହ ପଞ୍ଚାବାଦ୍ୟ ରେ ଚାରି ଦିଗ ଭ୍ରମଣ କରି ବରାପିତା ହିସାବରେ ସୌଭାଗ୍ୟ ପାଇଥିବା ଶ୍ରୀ ଯୋଗେଶ ସାହୁ ସପ୍ତରୁଷି ଙ୍କ ସହ କନ୍ୟା ଅନ୍ୱେଷଣ ରେ ବାହାରି ଥିଲେ ବର ପକ୍ଷ ।

ଏବଂ ନଗର ବୁଲିବା ସହ ପଦ୍ମପୁର ସାହୁ ପଡା ସ୍ଥିତ ମାତା ଶକ୍ତି ସ୍ୱରୂପିଣି ପାର୍ବତୀ ଙ୍କ ପିତା ମାତା ଶ୍ରୀ ଅଶୋକ କୁମାର ଦାନୀ ଓ ଶ୍ରୀମତୀ ମନସ୍ବିନୀ ଦାନୀ ଙ୍କ ଘରେ ପହଂଚିବା ସହ ବୈଦିକ ରିତି ନିତି ଅନୁସାରେ ସମ୍ପର୍ଣ ହୋଇଥିଲା ପତ୍ର ପେଣ୍ଡି ଉତ୍ସବ । ତେବେ ଏହି ପରମ ପୁଣ୍ୟ ବିବାହ ଉତ୍ସବରେ ପୂଜକ ଭାବରେ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ, ପ୍ରଦୀପ ରଥ, ସତ୍ୟପ୍ରକାଶ ପାଣିଗ୍ରାହି, କାନ୍ତିଲାଲ ଦାସ ଦାୟିତ୍ୱ ତୁଲାଇ ଥିବା ବେଳେ ଦିବତା କିନ୍ନର ଜକ୍ଷ ରାକ୍ଷସ ଗନ୍ଧର୍ବ ଆଦି ଯିବ ଜଗତ କୁ ସାକ୍ଷୀ ରଖି ଆଜି ବାବା ଙ୍କ ବରପକ୍ଷ ରୁ ମା ଜାଗତ ଜନନୀ ପାର୍ବତୀ ଙ୍କର ଅଳଙ୍କାର ଧାରଣ ନୀତି ସମ୍ପୂର୍ଣ୍ଣ ପାଇଁ ସ୍ଥିର କରାଯାଇଥିବା ବେଳେ

ଆସନ୍ତା ସୋମବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ରୁ ବୈଦିକ ରୀତିରେ ବାବା ଙ୍କର ଭବ୍ୟ ବରଯାତ୍ରୀ ସହ କନ୍ୟା ମାତା ପିତା ଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବା ର କମିଟି ତରଫରୁ ସୂଚନା ଦିଆଯାଇଥିବା ବେଳେ ବୁଧବାର ଦିନ ସନ୍ଧ୍ୟା ସମୟରେ ମା ଜଗତ ଜନନୀ ପାର୍ବତୀ ଏବଂ ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ଯୁଗଳ ପ୍ରତିମା ଭବ୍ୟ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ପୁନଃ ମନ୍ଦିର କୁ ଯାତ୍ରା କରିବେ ।

error: Content is protected !!