Saturday, March 7, 2026
Homeରାଜ୍ୟସ୍ଵେଚ୍ଛାସେବୀ ସଂଗଠନ ଆକଂକ୍ଷା ଫାଉଣ୍ଡେସନ ତରଫରୁ ଅଂଶୁଘାତ ସଚେତନତା ଓ ଥଣ୍ଡା ପାନୀୟ ବଣ୍ଟନ।

ସ୍ଵେଚ୍ଛାସେବୀ ସଂଗଠନ ଆକଂକ୍ଷା ଫାଉଣ୍ଡେସନ ତରଫରୁ ଅଂଶୁଘାତ ସଚେତନତା ଓ ଥଣ୍ଡା ପାନୀୟ ବଣ୍ଟନ।

ପଦ୍ମପୁର-ସକାଳ ନ ପାହୁଣୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି। ପ୍ରଚଣ୍ଡ ଗୁଲୁଗୁଲି ସହ ରୌଦ୍ରତାପ ବୃଦ୍ଧି ପାଉଛି। ଘରୁ ବାହାରିବା କଷ୍ଟକର ହୋଇପଡୁଛି। ପଦ୍ମପୁର ସହରର ସ୍ଵେଚ୍ଛାସେବୀ ସଂଗଠନ ଆକଂକ୍ଷା ଫାଉଣ୍ଡେସନ ତରଫରୁ ସଭାପତି ରାଜୁ ଘିବେଲାଙ୍କ ନେତୃତ୍ବରେ ଭେଉଁରିଆ ଛକ ଠାରେ ଲୋକଙ୍କୁ ଅଂଶୁଘାତ ସମ୍ବନ୍ଧିୟ ସଚେତନତା ସୂଚନା ସହ ପାନୀୟ ଜଳ ଦହିରେ ପ୍ରସ୍ତୁତ ଘୋଳଦହି ବିତରଣ କରାଯାଇଥିଲା । ସାଧାରଣରେ ଘରୁ ବାହାରିଲେ ପାଣି ବୋତଲ,ଗାମୁଛା,ଛତା,ଚପଲ ଆଦି ବ୍ୟବହାର କରିବା ପାଇଁ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ନିରୋଜ ଦୋରା,ସଞ୍ଜୟ କୁମାର ଦାସ, ଦିପକ ସାହୁ,ଆକାଶ ସାହୁ, ନୂତନ ସରାଫ, ଅମିତ ଘିବେଲା,ପ୍ରକାଶ ମିଶ୍ର, ପ୍ରକାଶ ଦାସ,ମଙ୍ଗଳୁ ନିଆଲ,ବିଶ୍ବନାଥ ଚିନ୍ଦ୍ରା ,କେଶବ ପାତ୍ର ସୁମନ୍ତ ପାତ୍ର, ଶିବ ସାହୁ ଅକ୍ଷୟ କୁମାର ସାହୁ,ନୀଳ ଦୀପ,ସାଇଶ୍ରୀମୟ ଦାସ ଉପସ୍ଥିତ ରହି ପଥଚାରୀ ମାନଙ୍କୁ ସଚେତନ କରିଥିଲେ ଓ ଥଣ୍ଡା ପାନୀୟ ଦେଇଥିଲେ।

error: Content is protected !!