Saturday, March 7, 2026
Homeରାଜ୍ୟସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ: ୩୩ୟୁନିଟ ରକ୍ତ ସଂଗ୍ରହ ।

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ: ୩୩ୟୁନିଟ ରକ୍ତ ସଂଗ୍ରହ ।

ବରଗଡ଼ – ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ଦ୍ୱାରା ଆୟୋଜିତ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିରରେ ଆଜି ୩୩ୟୁନିଟ ରକ୍ତ ସଂଗ୍ରହ ହୋଇଅଛି । ସୂଚନା ମୁତାବକ ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ମହୋତ୍ସବ ଅବସରରେ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ଓ ପୋଡ଼ମୁଣ୍ଡା, ନୂଆପାଳି ମାଁ ଭବାନୀ କଲ୍ୟାଣ ସଂଘର ମିଳିତ ଆନୁକୂଲ୍ୟରେ ପୋଡ଼ମୁଣ୍ଡା ହନୁମାନ ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆଜିର ରକ୍ତଦାନ ଶିବିରକୁ ବରଣ୍ୟ ଅତିଥି ଓଡିଶା ମୋ ପରିବାର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ମନ୍ଦିର ପୂଜକ ଶ୍ରୀ ଭରତ ସାହୁ ପ୍ରମୁଖ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ୍ଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ରକ୍ତଦାନ ଶିବିରରେ ୧୧ଜଣ ମହିଳା ରକ୍ତଦାତା ସମେତ ମୋଟ ୩୩ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ ।

ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିବା ବେଳେ ସଂକଲ୍ପ ପରିବାରର ବିକାଶ ଅଗ୍ରୱାଲ,ଜି ରମେଶ, ସମେତ ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ତେବେ ଆଜିର ଶିବିରକୁ ସଫଳତାର ରୂପାୟନରେ ପହଞ୍ଚାଇବାକୁ ଯାଇ ପୋଡ଼ମୁଣ୍ଡା ଗ୍ରାମର ସେରେନ୍ଦ୍ର ଭୁଏ ,ଦେବେନ୍ଦ୍ର ଭୁଏ ,ଭରତ ସାହୁ, ଦିଗାମ୍ବର ଭୁଏ,ପ୍ରତାପ ବିଶ୍ୱାଳ ପ୍ରମୁଖ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ବର୍ତମାନ ଗ୍ରୀଷ୍ମ କାଳୀନ ଋତୁରେ ଅଧିକ ଗରମ ହେଉଥିବା କାରଣରୁ ମୁଖ୍ୟତଃ ସମସ୍ତ ରକ୍ତଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଥିବା ବେଲେ ଆଜିର ଶିବିରରୁ ସଂଗୃହିତ ରକ୍ତ ସଂଜୀବନି ଭଳିଆ କାମକୁ ଆସିବ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ ।

error: Content is protected !!