ବରପାଲି-ବରପାଲି କଦଳୀପାଲି ବିବେକାନନ୍ଦ ପୀଠ ପରିସରରେ ସ୍ଵାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ପରମପୂଜ୍ୟ ଶ୍ରୀ ଗୁରୁଜୀ ଓ ଗୁରୁମାଁଙ୍କ ତତ୍ତ୍ୱାବଧାନରେ ସ୍ବାମୀଜିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରାଯାଇଥିଲା। ସାଧକ ସାଧିକା ମାନଙ୍କ ଦ୍ୱାରା ଗୁରୁଜୀ ଓ ଗୁରୁମାଁଙ୍କ ପଦଧୌତ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଯୋଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନର ବିବରଣୀ ପାଠ ସାଧକ ଫକୀର ଭୁଏ ଉପସ୍ଥାପନ କରିଥିଲେ ।
ତାପରେ ଶ୍ରୀଗୁରୁଜୀ ସ୍ଵାମୀଜୀଙ୍କ ବେଦାନ୍ତ ତତ୍ତ୍ୱର ପ୍ରଶିକ୍ଷଣ ଏବଂ ଲକ୍ଷ୍ୟ ସମ୍ବନ୍ଧରେ ଏକ ମାର୍ମିକ ଓ ଶିକ୍ଷଣୟ ଅଭିଭାଷଣ ପ୍ରଦାନ କରି ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଗୁରୁମାଁ ସ୍ଵାମୀ ବିବେକାନନ୍ଦଙ୍କ ଅସାଧାରଣ ବ୍ୟକ୍ତିତ୍ଵ ଓ ଗୁଣାବଳୀ ଗୁଡ଼ିକୁ ଅତ୍ୟନ୍ତ ରହସ୍ୟ ଜନକ ଭାବରେ ନିଜ ଅଭିଭାଷଣରେ ଅଭିବ୍ୟକ୍ତ କରିଥିଲେ । ତାପରେ ସାଧକ ସାଧୁକା ମାନଙ୍କ ଲକ୍ଷ୍ୟ ଏବଂ ଚିନ୍ତାଧାରାରେ ଶିକ୍ଷା ଓ ସାଧନାର ଭୂମିକା ସମ୍ବନ୍ଧରେ ପ୍ରେରଣାଦାୟୀ ବିଜ୍ଞାନସମ୍ମତ ଅଭିଭାଷଣ ପ୍ରଦାନ କରିଥିଲେ ଆଚାର୍ଯ୍ୟ ଶେଷଦେବ ବେହେରା ।
ସ୍ୱାମୀଜୀଙ୍କ ଜୀବନୀ ଉପରେ ସାମ୍ୟକ୍ ଅଭିଭାଷଣ ପ୍ରଦାନ କରିଥିଲେ ମହେନ୍ଦ୍ର ମାହାଣା । ମାନବ ଜୀବନର ଚରମ ବିକାଶର ରହସ୍ୟ ପ୍ରଦାନରେ ଯୋଗଦର୍ଶନର ଭୂମିକା ଉପରେ ଏକ ରହସ୍ୟପୂର୍ଣ ତଥା ଶିକ୍ଷଣୀୟ ଅଭିଭାଷଣ ପ୍ରଦାନ କରିଥିଲେ ସାଧକ ଭଗବାନ ଭୁଏ । ଜୀବନ ଭୋଗ ପାଇଁ ନୁହେଁ ସାଧନା ପାଇଁ, ନିଜ ପାଇଁ ନୁହେଁ ଜଗତ ପାଇଁ – ଏହାର ରହସ୍ୟ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ବଳବନ୍ତ ଛତ୍ରିଆ । ଏହି ଭବ୍ୟ ମହୋତ୍ସବରେ ସଂଗୀତର ଭାବମୟ ପରିବେଶ ସୃଷ୍ଟି କରି ସମସ୍ତଙ୍କ ହୃଦୟକୁ ସ୍ପନ୍ଦିତ କରିଥିଲେ ଗାୟକ ଶ୍ରୀଯୁକ୍ତ କୈଳାସ କର୍ଣ୍ଣ, ଗାୟକ ଶ୍ରୀଯୁକ୍ତ ସରୋଜ ଖମାରୀ, ଗାୟିକା ବାସନ୍ତୀ ସାହୁ, ଗାୟିକା ମମତା ବିଶି, ଗାୟିକା ବିଳାସିନୀ ସାହୁ ଓ ଗାୟିକା ସୁନିତା ଚିନ୍ଦ୍ରା ।
ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଏ ଅଞ୍ଚଳର ପ୍ରସିଦ୍ଧ ତବଲାବାଦକ ସଂଜୟ ପଧାନ, ଅଶୋକ ପଧାନ, ସରୋଜ ଖମାରୀ, ନରେଶ ବେହେରା, ସୁନିଲ ଓ ସାଥୀଗଣ । ମଂଚ ପରିଚାଳନା କରିଥିଲେ ପ୍ରକାଶ ପଧାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅମୃତଲାଲ ପଧାନ । ପରିଶେଷରେ ପ୍ରସାଦ ସେବନ କରି ଶ୍ରଦ୍ଧାଳୁ ଭକ୍ତଗଣ ଆନନ୍ଦିତ ହୋଇଥିଲେ ।