ପଦ୍ମପୁର- ପରିବେଶ ସ୍ବଚ୍ଛତା ସହ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଦିପ୍ତିପୁର ଉଚ୍ଚ ବିଦ୍ୟାଳୟ ଠାରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ ସ୍ବଚ୍ଛ ଭାରତ ଅଭିଯାନ ‘ ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଦୁଷ୍ମନ୍ତ ଖମାରୀ ପ୍ରଥମ, ସୁଭାଷିନୀ ପାଇକ ଦ୍ବିତୀୟ ଓ ବିନି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ତା. ଆଦିତ୍ଯ କୁମାର ଭୋଇ ଓ ଡା.ଦେବାଶିଷ ରଥ ଏବଂ ସ୍ବାସ୍ଥ୍ଯ ପରିଦର୍ଶକ ରାଜେନ୍ଦ୍ର ମିଶ୍ର ଅତିଥି ଭାବରେ ଯୋଗଦେଇ କୃତ ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରିଥିଲେ । ଡା. ଦେବାଶିଷ ରଥ ସ୍ବଚ୍ଛ ଭାରତ ଅଭିଯାନ ଉପରେ ନିଜର ମତବ୍ୟକ୍ତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋପବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।