Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି-ସ୍ନେହ-ପ୍ରେମ-ସୁରକ୍ଷାର ବଳୟ ପବିତ୍ର ରକ୍ଷା ବନ୍ଧନ-

-ସ୍ନେହ-ପ୍ରେମ-ସୁରକ୍ଷାର ବଳୟ ପବିତ୍ର ରକ୍ଷା ବନ୍ଧନ-

ରକ୍ଷା ବନ୍ଧନ କହିଲେ ସ୍ନେହ , ପ୍ରେମ ଏବଂ ସୁରକ୍ଷାର ବଳୟକୁ ବୁଝାଇଥାଏ | ଏହା ମାନେ ନୁହେଁଯେ ଭଉଣୀ ଭାଈ ହାତରେ ରାକ୍ଷୀ ବାନ୍ଧିଲେ କେବଳନିଜ ଭଉଣୀର ହିଁ ରକ୍ଷା କରିବା | ରାକ୍ଷୀ ସମସ୍ତଙ୍କ ପାଇଁ ସୁରକ୍ଷାର ସୁତ୍ର ଅଟେ | ସେ ପରିବାରର ସଦସ୍ଯ ହୁଅନ୍ତୁ ବା ବିଶ୍ବର କେହିବି ମଣିଷ | ଦିନକୁ ଦିନ ଏମିତି ପରିସ୍ଥିତି ଦେଖିବାକୁ ମିଳୁଛି ଯେ ନିଜକୁ ସୁରକ୍ଷିତ ମନେକରିବାକୁ ହେଲେ ଥରେ ଭାବିବାକୁ ପଡ଼ୁଛି | ସୁରକ୍ଷା ର କଥା ଆସିଲେ କେବଳନିଜ ମାଁ,ଭଉଣୀ ,ସ୍ତ୍ରୀ ନୁହଁ ସେଠି ସମସ୍ତଙ୍କୁ ବୁଝା ଯାଉଛି | ମୋ ମନରେ ବେଳେ ବେଳେ ପ୍ରଶ୍ନ ଉଙ୍କିମାରେ ଯେ ଦିଲ୍ଲୀର ନିର୍ଭୟା , ହଇଦ୍ରାବାଦ ପୀଡ଼ିତା , ମଣିପୁରର ପିଡ଼ୀତା ଏଵଂ ଏଇ କିଛିଦିନ ତଳେ ଅଘଟଣ ଘଟିଥିବା କୋଲକତାର ଡାକ୍ତର ମୋମିତା ଦେବନାଥଙ୍କ ପ୍ରତି ହୋଇଥିବା ବର୍ବରତା ଏବଂ ନ୍ରୁସଂଶତା କାହିଁକି ? ଏମାନଙ୍କୁ କ’ଣ ସୁରକ୍ଷା ଦରକାର ନ ଥିଲା ? ଏମାନେ କାହିଁକି ସୁରକ୍ଷିତ ନଥିଲେ ? ତାଙ୍କପ୍ରତି ହୋଇଥିବା ଅନ୍ଯାୟ ଏବଂ ଅତ୍ଯାଚାର ଗୋଟିଏ ପରେ ଗୋଟିଏ ଘଟଣାରେ ସୁରକ୍ଷାର ପ୍ରଶ୍ନ ପ୍ରଥମେ ଆସୁଛି |

ଯେତେବେଳେ ଏପରି ଅଘଟଣ ଘଟୁଛି ଆମେ ପ୍ରଶ୍ନ କରିଥାଉଁ କି ପ୍ରଶାସନ କ’ଣ କରୁଥିଲା ? ସେ କାହିଁକି ସୁରକ୍ଷା ପ୍ରଦାନ କଲା ନାହିଁ ? ସେ ପ୍ରଶ୍ନ ଆମେ ନିଜକୁ କାହିଁକି ପଚାରୁ ନାହୁଁ | ଏହାର ଉତ୍ତର ଆମ ପାଖରେ ହିଁ ଅଛି | ସୋସିଆଲ୍ ମିଡିଆରେ ସୁରକ୍ଷାକୁ ନେଇ ଅନେକ ଗୁଡ଼ିଏ ଶିକ୍ଷଣିୟ କଥା ଦେଖିବାକୁ ମିଳୁଛି | ହେଲେ ପ୍ରକ୍ରୁତ ଜୀବନରେ ତାହା କାହିଁକି ନାହିଁ | ସମାଜରେ ଯଦି ସମସ୍ତେ ସୁରକ୍ଷାକୁ ନିଜ ଜୀବନର ଅଭିନ୍ନ ଅଙ୍ଗ କରିବେ ତାହେଲେ କେହି ପୀଡ଼ିତା ବା ନିର୍ଭୟା କିମ୍ବା କୋଲକତା ର ପୀଡ଼ିତ ଡାକ୍ତର ହୋଇ ଜୀବନ ହରାଇବେ ନାହିଁ କି ଗୋଟିଏ ପୀଡ଼ିତା ର ମ୍ରୁତ୍ଯୁପରେ ପୀଡ଼ିତାର ହକ୍ ପାଇଁ ରାସ୍ତା କୁ ଓହ୍ଲାଇବାକୁ ପଡିବ ନାହିଁ | ଏହି ରକ୍ଷା ବନ୍ଧନରେ ସମସ୍ତେ ପ୍ରତିଶ୍ରୁତି ଦେଲେ କେହି କେବେ ନିର୍ଭୟା କିମ୍ବା କୋଲକତାର ପୀଡ଼ିତା ଡାକ୍ତର ହେବେ ନାହିଁ |

ଶ୍ରୀମତି ତାରିଣି ବହିଦାର,ପଦ୍ମପୁର

error: Content is protected !!