ବରପାଲି-ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟ କାଦଳୀପାଲି ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାସଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ହିନ୍ଦୀ ବିଭାଗ ଅଧ୍ୟାପକ ନେପାଳ ବିଶ୍ୱାଲଙ୍କ ପରିଚାଳନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା ହିନ୍ଦୀ ବିଭାଗ ମୁଖ୍ୟ ପ୍ରଫେସର ଡ. ଦୟାନିଧି ସା ଯୋଗଦାନ କରିଥିଲେ।
‘ସମସାମୟିକ ସମାଜରେ ହିନ୍ଦୀ ଭାଷା’ ଉପରେ ମୂଖ୍ଯଅତିଥି ପ୍ରଫେସର ସା ଆଲୋଚନା କରିଥିଲେ। ଏହି ଅବସରରେ ହିନ୍ଦୀ ବିଭାଗ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତି ସାହୁ ସେମିନାରର କେନ୍ଦ୍ରୀୟ ଧାରଣା ବ୍ୟାଖ୍ୟା କରି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା ବିଶ୍ୱ ସ୍ତରରେ ହିନ୍ଦୀ ଭାଷାର ବ୍ୟବହାର ଉପରେ ନିଜର ମତ ରଖିଥିଲେ।
ମହାବିଦ୍ୟାଳୟର ଛାତ୍ରୀମାନେ ସାଂପ୍ରତିକ ସମୟରେ ଓଡିଶାରେ ହିନ୍ଦୀ ଭାଷାର ବ୍ୟବହାରିକ ବ୍ୟବହାର ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ପରିଶେଷରେ ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ୟାପିକା ଜ୍ୟୋତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସହକର୍ମୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।