ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମଟି ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ଯାପକ ତଥା ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସଭାରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।
ସ୍ଥାନିୟ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ସମେତ ସହ ସ୍ବାସ୍ଥ୍ଯକର୍ମୀ ମାନେ ଯୋଗ ଦେଇ ଫାଇଲେରିଆର ଲକ୍ଷଣ ଓ ସମ୍ପର୍କିତ ସଚେତନତାକୁ ନେଇ ତଥ୍ୟ ଭିତ୍ତିକ ବିଷୟ ଉପରେ ସ୍ବେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ। ପରେ ଛାତ୍ରୀମାନଙ୍କୁ ନେଇ ସଚେତନ କରାଇବା ଉଦେଶ୍ଯରେ ଏକ ମିଳିତ ଭାବରେ ସଂକଳ୍ପ ପାଠ କରିଥିଲେ। ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଅଧ୍ୟାପକ ନେପାଲ ବିଶ୍ଵାଳ, ଅଧ୍ୟାପିକା ନିଳୀମା ନାୟକ,ଜ୍ୟୋତି ସାହୁ, ପୁନମ୍ ସାହୁ,ମନୀଷା ଭୋଇ,ଶୋଭାବତୀ ଥପା,ସସ୍ମିତା ମେହେର,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।