Tuesday, December 3, 2024
spot_imgspot_imgspot_img
Homeରାଜନୀତିସୋହେଲାରେ ବିଜେଡିର ବିରାଟ ଜନସମ୍ପର୍କ ପଦଯାତ୍ରା : ଆଗାମୀ ନିର୍ବାଚନରେ ପୁଣି ଶଙ୍ଖନାଦ ନେଇ ଦମ୍ଭୋକ୍ତି...

ସୋହେଲାରେ ବିଜେଡିର ବିରାଟ ଜନସମ୍ପର୍କ ପଦଯାତ୍ରା : ଆଗାମୀ ନିର୍ବାଚନରେ ପୁଣି ଶଙ୍ଖନାଦ ନେଇ ଦମ୍ଭୋକ୍ତି ।

ସୋହେଲା- ଭଟଲି ନିର୍ବାଚନ ମଣ୍ଡଳୀବିଜୁ ଜନତା ଦଳ ତରଫରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନେତୃତ୍ୱରେ ସୋହେଲାଠାରେ ଏକ ବିଶାଳ ” ଜନ ସଂପର୍କ ପଦଯାତ୍ରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଭଟଲି ନିର୍ବାଚନ ମଣ୍ଡଳୀର ନେତା, କର୍ମକର୍ତା ଓ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ , ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଯୋଗ ଦେଇଥିଲେ।

ପଦଯାତ୍ରା ପୂର୍ବରୁ ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସିନ ନେତାମାନେ ଉଦବୋଧନ ଦେଇ କିପରି ରାଜ୍ୟ ସରକାର ବିଗତ ନିର୍ବାଚନରେ ମିଛ ପ୍ରତିଶୃତି ଦେଇ ସରକାର ଗଠନ କରି ପ୍ରତିଶୃତି ଭୁଲି ଯାଇଛନ୍ତି ସେ ନେଇ ବକ୍ତବ୍ୟ ଦେଇଥିଲେ । ବିକାଶ କାମ ଠପ ହୋଇଛି । ଯୋଜନା ଗୁଡିକରେ କେବଳ ନାମ ପରିବର୍ତନ ଓ ରଙ୍ଗ ବଦଳାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

ନିର୍ବାଚନ ଜିତିଲେ ମହିଳା ମାନଙ୍କୁ ମାସିକ ହଜାରେ ଟଙ୍କା ଭତ୍ତା, ତିନି ଶହ ୟୁନିଟ ବିଜୁଳି ଫ୍ରି, ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କାର ଟୋକନ ଦେବା ଆଦି ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇ ଲୋକଙ୍କୁ ସରକାର ପ୍ରତାରଣା କରିଛନ୍ତି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ। ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ବିଜେଡି ନେତା ସୁବ୍ରତ ସିଂହ,ସୁଶାନ୍ତ ମିଶ୍ର, ମନ ମାଝୀ,ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ,

ରାଜ୍ୟ ଦଳୀୟ ସାଧାରଣ ସମ୍ପାଦକ ରାଜୁ ଘିବେଲା,ଭଟଲି ବ୍ଲକ୍ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ, ସୋହେଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ଭଟଲି ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ୍ ବିଜେଡି ସଭାପତି ରଘୁନାଥ ପଟେଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଧନ୍ ବରିହା, ବରିଷ୍ଠ ବିଜେଡି ନେତା ସରୋଜ ମହାପାତ୍ର,ବରିଷ୍ଠ ବିଜେଡି ନେତା ଗୌର ହରି ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ବୃନ୍ଦ ଶ୍ରୀମତୀ କଳ୍ପନା ମାଝୀ, ଶ୍ରୀମତୀ ରୋଜୀ ନାଏକ,

ଶ୍ରୀମତୀ ମିତା ବିଶି,ଶ୍ରୀମତୀ ଜାଇଫୁଲ ସିଂ ବରିହା, ଶ୍ରୀମତୀ ଭାରତୀ ଭୁଏ, ଈଶ୍ୱର ଚନ୍ଦ୍ର ସାହୁ,ଗଣତନ୍ତ୍ର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଦୟାନିଧି ପଟେଲ,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଜିଲ୍ଲା ଯୁବ ଛାତ୍ର ସଭାପତି କରନ୍ ସିକନ୍ଦର, କାର୍ତ୍ତିକ ବାରିକ ଯୋଗଦେଇଥିଲେ। ପଦଯାତ୍ରା ଦୁର୍ଗାମନ୍ଦିର ପରିସରରୁ ଥାନା ଛକ ପର୍ଯ୍ୟନ୍ତ ଯାଇ ସମାପନ ହୋଇଥିଲା ।

error: Content is protected !!