Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସୋମେଶଙ୍କ ପ୍ରୟାସରେ ଘରକୁ ଫେରିଲେ ବୃଦ୍ଧା ।

ସୋମେଶଙ୍କ ପ୍ରୟାସରେ ଘରକୁ ଫେରିଲେ ବୃଦ୍ଧା ।

ପଦ୍ମପୁର-ଛୁଆଟି ଦିନରୁ ନିଜ ଖୁସି ଭୁଲି ଯାଇ ପରିଶ୍ରମ ର ଶେଷ ସିମା ଯାଏଁ ଯାଇ ପାଠ ପଢେଇ ପିଲାଙ୍କୁ ମଣିଷ କରିଥାନ୍ତି ବାପା ମାଁ ହେଲେ ବଡ ହେବା ପରେ ସେହି ବୃଦ୍ଧ ମାଁ ବାପା ଙ୍କୁ ଅଲୋଡ଼ା ମାନି ବାର ଦାଣ୍ଡ ବୁଲିବା ପାଇଁ ଛାଡି ଦେଇଥାନ୍ତି ସନ୍ତାନ। ଏହି ପରି କିଛି ଦେଖିବାକୁ ମିଳିଥିଲା ଆଜି ପଦ୍ମପୁର ଅଞ୍ଚଳରେ। ପଦ୍ମପୁର ହନୁମାନ ପଡାସ୍ଥିତ ପ୍ରମୋଦ ନାଥଙ୍କ ଘର ବାରଣ୍ଡାରେ ଜଣେ ଅତ୍ୟନ୍ତ ବୟସ୍କ ବୃଦ୍ଧା ମହିଳା ବସିଥିବା ଦେଖି ସେ କେଉଁଠୁ ଆସିଛନ୍ତି କିଏ ତାଙ୍କୁ ଛାଡିଲା ଏନେଇ ତାଙ୍କୁ ପଚାରୁଥିଲେ, ତେବେ ବୃଦ୍ଧା ଜଣଙ୍କୁ ତାଙ୍କ ପରିବାର ଘରୁ ତଡି ଦେଇଥିବା ନେଇ ସନ୍ଦେହରେ ଶ୍ରୀ ନାଥ ତାଙ୍କୁ କିଛି ଖାଇବା ଦେବା ସହ ତାଙ୍କ ବିଷୟରେ ଜାଣିଲେ କାଲେ ସାହାଯ୍ୟ କରି ପାରିବେ ଭାବି ସାମ୍ବାଦିକ ସମେଶ ମହାନ୍ତିଙ୍କୁ ସୂଚନା ଦେଇଥିଲେ।

ତେବେ ଏ ବିଷୟରେ ସୂଚନା ପାଇ ସାମ୍ବାଦିକ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ ସହଯୋଗ ସାମାଜିକ ଅନୁଷ୍ଠାନର ସଦସ୍ୟ ରଜନୀକାନ୍ତ ବହିଦାରଙ୍କୁ ସୂଚିତ କରିବା ପରେ ଉକ୍ତ ସ୍ଥାନକୁ ପଦ୍ମପୁର ଥାନା ଅଧିକାରୀ ମମତା ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁଲେଖା ପଣ୍ଡିତ ଏବଂ ସହଯୋଗ ସାମାଜିକ ଅନୁଷ୍ଠାନର ମୌସମ ପାଗୋଡା ଓ ତାପସ ନାୟକ ପହଂଚି ବୃଦ୍ଧାଙ୍କ ବିଷୟରେ ବିଭିନ୍ନ ଅଞ୍ଚଳକୁ ଖବର ଦେଇ ପରିଚୟ ପାଇବା ପାଇଁ ପ୍ରୟାସ କରିବା ସହ ବୃଦ୍ଧାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତେବେ ବହୁ ପ୍ରୟାସ ପରେ ବୃଦ୍ଧା ଜଣକ ଦେଉଳି ଗ୍ରାମର ବୋଲି ଜଣା ପଡିବାରୁ ପଦ୍ମପୁର ଥାନା ଅଧିକାରୀ ନିଜର କିଛି କର୍ମଚାରୀଙ୍କୁ ପଠେଇ ବୃଦ୍ଧାଙ୍କ ସମ୍ପର୍କୀୟ ଙ୍କୁ ଚିକିତ୍ସାଳୟକୁ ଡକେଇ ଥିଲେ।

ତେବେ ଦେଉଳି ଗ୍ରାମର ପୁରନ ସୁନା ଓ ଦଳବଞ୍ଜନ କୁମ୍ଭାର ଆସି ବୃଦ୍ଧା ଜଣକ ତାଙ୍କର ମାଉସୀ ଏବଂ ତାଙ୍କର ସ୍ୱାମୀ କି ପୁଅ ଝିଅ କେହି ନଥିବା ବେଳେ ମାନସିକ ସ୍ଥିତି ଠିକ ନଥିବା କାରଣରୁ ସେ ଘରୁ ଚାଲି ଯାଇଥିଲେ ବୋଲି କହିବା ସହ ତାଙ୍କୁ ଘରକୁ ନବା ପାଇଁ ରାଜି ହୋଇଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧାଙ୍କୁ ତାଙ୍କ ସହ ଯୁବକୁ ଦିଆଯାଇଥିବା ବେଳେ ପ୍ରତିଦିନ ପୋଲିସ କିନ୍ତୁ ବୃଦ୍ଧା ଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିବା ପାଇଁ ଯିବ ବୋଲି ପଦ୍ମପୁର ଥାନା ଅଧିକାରୀ କହିଥିଲେ। ତେବେ ସାମାଜିକ ଅନୁଷ୍ଠାନ ପ୍ରସାଶନ ଏବଂ ସ୍ବେଛାସେବୀ ସମସ୍ତଙ୍କ ପ୍ରୟାସ କ୍ରମେ ବୃଦ୍ଧା ଜଣକ ତାଙ୍କ ଘରକୁ ଫେରିଛନ୍ତି।

error: Content is protected !!