Saturday, March 7, 2026
Homeରାଜ୍ୟସୋଢ଼ା ସେବାଶ୍ରମ ସ୍କୁଲ ସମସ୍ୟା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟିଲେ ଟେମେରୀ ସରପଞ୍ଚ।

ସୋଢ଼ା ସେବାଶ୍ରମ ସ୍କୁଲ ସମସ୍ୟା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟିଲେ ଟେମେରୀ ସରପଞ୍ଚ।

ପାଇକମାଲ – ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ ବେହେରା ଆଜି ବରଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ସୋଢ଼ା ସେବାଶ୍ରମ ସ୍କୁଲ ସମସ୍ୟା ନେଇ ଆଲୋଚନା କରିଛନ୍ତି। ସର୍ବ ପୁରାତନ ସୋଢ଼ା ସେବାଶ୍ରମ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିଲେ ସୁଦ୍ଧା ବର୍ତ୍ତମାନ ୨ ଜଣ ଶିକ୍ଷକ ଅଛନ୍ତି। ମୋଟ ୧୦୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।

ଅଷ୍ଟମ ଶ୍ରେଣୀ ଥିଲେ ହେଁ ଶିକ୍ଷକ ଅଭାବରୁ ପାଠପଢା ପ୍ରତି ବ୍ୟାଘ୍ରତା ସୃଷ୍ଟି କରୁଛି। ବିଜ୍ଞାନ,ଗଣିତ,ଇଂରାଜୀ ଶିକ୍ଷା ବିଷୟରେ ମଧ୍ୟ ବ୍ୟାପକ ଭାବରେ ଛାତ୍ରଛାତ୍ରୀ ମାନେ ଅସୁବିଧା ପରିଲକ୍ଷିତ ହେଉଥିବା ଦେଖାଦେଇଛି। ଏପରି କ୍ଷେତ୍ରରେ ସରପଞ୍ଚ ଦିଲ୍ଲୀପ ବେହେରା ତୁରନ୍ତ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବୀ କରିଛନ୍ତି।

ବରଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା ସରପଞ୍ଚ ବେହେରାଙ୍କ ଦାବୀ ପ୍ରତି ଗୁରୁତ୍ବ ଦେଇ ନିର୍ଭର ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି। ସରପଞ୍ଚ ସହ ସମାଜ ସେବୀ ଦେବାର୍ଚ୍ଚନ ସାହୁ ,ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!