Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସୁନିଲ ଭୋଇଙ୍କ ସାଇକେଲରେ ନୃସିଂହନାଥ ରୁ କେଦାରନାଥ ଯାତ୍ରା ।

ସୁନିଲ ଭୋଇଙ୍କ ସାଇକେଲରେ ନୃସିଂହନାଥ ରୁ କେଦାରନାଥ ଯାତ୍ରା ।

ବରଗଡ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ଯୁକ୍ତ ୨ ପାଠ ପଡୁଥିବା ୧୮ ବର୍ଷ ବୟସ୍କ ଜଣେ ଆଦିବାସୀ ଯୁବକ ଶ୍ରୀ ସୁନିଲ ଭୋଇ ଗତ ଜୁଲାଇ ୨୧ ତାରିଖ ରୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ରୁ ଛତିଶଗଡ ରୁ ବଏସନା ରାସ୍ତାଦେଇ ଛତିଶଗଡ,ମଧ୍ଯ ପ୍ରଦେଶ,ଉତ୍ତର ପ୍ରଦେଶ ରାସ୍ତାରେ ଆସି ଆଜି ନୂଆଦିଲ୍ଲୀ ଓଡ଼ିଶା ଭବନରେ ପହଞ୍ଚି ଥିଲେ । ଓଡ଼ିଶା ଭବନରେ ପହଞ୍ଚିବା ପରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଯାତ୍ରାର ସଫଳ କାମନା କରିଥିଲେ । ଶ୍ରୀ ସୁନିଲ ଙ୍କୁ ନୂଆଦିଲ୍ଲୀ ଓଡ଼ିଶା ଭବନରେ ସମ୍ବର୍ଦ୍ଧିତ କରିବା ସମୟରେ ଖରିଆର ପୂର୍ବତନ ବିଧାୟକ ଶ୍ରୀ ହିତେଶ ବଗର୍ତ୍ତି,ବିଜେପି ବରିଷ୍ଠ ନେତା ଦିନବନ୍ଧୁ ପତି,ପଣ୍ଡିତ ସହଦେବ ଶାସ୍ତ୍ରୀ,ହରେକୃଷ୍ଣ ପ୍ରସାୟତ,ଦେବାଶିଷ ସାହୁ ଆଦି ଉପସ୍ଥିତ ଥିଲେ । ନୃସିଂହନାଥ ରୁ କେଦାରନାଥ ସାଇକେଲ ଯାତ୍ରାର ଉଦ୍ଦେଶ୍ଯ କହିବାରୁ ଶ୍ରୀ ସୁନିଲ ଭୋଇ କହିଥିଲେ ଯେ ହାଇସ୍କୁଲ ପଡିବା ସମୟରେ ତାଙ୍କର ଏକ ସ୍ୱପ୍ନଥିଲା ଶ୍ରାବଣ ମାସରେ କେଦାରନାଥ ଯାଇ ଜଳ ଅର୍ପଣ କରିବା ପାଇଁ ସ୍ବପ୍ନ କୁ ସାକାର କରିବା ପାଇଁ ସାଇକେଲ ଯୋଗେ ଖାଲି ପାଦର କେଦାରନାଥ ଯାଉଥିବା ପ୍ରକାଶ କରିଛନ୍ତି ।

error: Content is protected !!