Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସୁନାବେଡ଼ା ଅଭୟାରଣ୍ୟରେ ଦେବୀ ସୁନଦେଇଙ୍କ ଯାତ୍ରା ସମ୍ପର୍ଣ୍ଣ ।

ସୁନାବେଡ଼ା ଅଭୟାରଣ୍ୟରେ ଦେବୀ ସୁନଦେଇଙ୍କ ଯାତ୍ରା ସମ୍ପର୍ଣ୍ଣ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଚାକୋଟିଆ ଭୁଞ୍ଜିଆଙ୍କ ଆଦିମ ଜନଜାତି ର ଲୋକମାନେ ବସବାସ କରିଥାନ୍ତି । ଏହି ଜନଜାତିଙ୍କ ଅଧିଷ୍ଠାତ୍ରୀ ଦେବୀ ସୁନଦେଇଙ୍କ ଯାତ୍ରା କୁମାର ପୂର୍ଣ୍ଣମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ମାଁ ସୁନା ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ହେବାରୁ ଅଭୟାରଣ୍ୟ ଜନ ସମୁଦ୍ରରେ ପରିଣତ ହୋଇଥିଲା।

ପ୍ରତ୍ୟକ୍ଷ ଦେବୀ ରୂପେ ଭକ୍ତଙ୍କ ବହୁ ଦୃଢ଼ ବିଶ୍ବାସ ରହିଅଛି। ଭକ୍ତଙ୍କ ମାନସିକ ମୁତାବକ ଏଠାରେ ବୁଦା ବଳୀ ଦିଆଯାଇଥାଏ । ପୀଠରେ ୧୫ ଦିନ ଜାଗର ଜାଳି ଥିବା ବେଳେ କୁମାର ପୂର୍ଣ୍ଣମୀରେ ସୁନାଦେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜି ଦେବୀ ଛତର ଦେହରେ ବିରାଜ ମାନ ହୋଇ ଲିଙ୍ଗ ଭଟ୍ଟାକୁ ଯାଇଥାନ୍ତି।

ସେଠାରେ ଅଭୟାରଣ୍ୟର ୨୪ ଗୋଟି ଟିକରି ଗ୍ରାମ ଅଧିବାସୀଙ୍କ ବାର୍ଷିକ ହିସାବ ନିକାସ କରିଥାନ୍ତି ପରେ ଲିଙ୍ଗ ଭଟ୍ଟାରୁ ଛତର ଦେହରେ ନଗର ପରିକ୍ରମା କରି ଗ୍ରାମ ପରିକ୍ରମା କରିଥାନ୍ତି। ଚଳିତ ବର୍ଷ ସୁନାଦେଇ ଯାତ୍ରା ଶାନ୍ତି ପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି। କଡା ସୁରକ୍ଷା ମଧ୍ୟରେ ସୁନାଦେଇ ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା।

error: Content is protected !!