ପଦ୍ମପୁର – ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ନୃସିଂହନାଥ ବନାଞ୍ଚଳ ଗନ୍ଧମାର୍ଦ୍ଦନ ପର୍ବତ ରେ ଏକ ବଣୁଆ ଦନ୍ତା ହାତୀ ଗନ୍ଧମାର୍ଦ୍ଦନ ପାଦଦେଶ ଦେଇ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ବେହେରାପାଣି ଜଙ୍ଗଲ ଦେଇ ସନ୍ଧ୍ୟାରେ ସିମାନ୍ତ ଡୁଡୁକିଝରିଆ ଆମ୍ବବାହାଲି ଜଙ୍ଗଲ ଅଞ୍ଚଳ ମଧ୍ୟରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ଜାମସେଠ ବିଟ ବନପାଳ ଦିବାକର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଗାଁ ଗୁଡ଼ିକ ମୋତିପାଲି,ବ୍ରାହ୍ମଣଟାଲ,ବରତୁଣ୍ଡା,ଭୂଇଁଖାର,ଖରାମାଲ,ଡୁଡୁକିଝରିଆ,ପତ୍ରାଗୁଡା,ଟେମ୍ରିମାଲ,ପତ୍ରାପାଲି ତଥା ଆଖପାଖ ଗାଁଗୁଡିକରେ ବନ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପଦାକୁ ନ ବାହାରିବାକୁ ସଚେତନତା କରାଯାଇଛି । ଏଥିରେ ବନପାଳ ଦିବାକର ପ୍ରଧାନ, ବନରକ୍ଷୀ କୁଞ୍ଜଲତା ଶତପଥୀ, ଦୀପକ ନାଏକ, ମୋହନ ସାହୁ, ପ୍ରମୋଦ ବରିହା,ମଳୟ ଗଏଁତା ପ୍ରମୁଖ ଉପସ୍ଥିତ ଥିଲେ।


ସେହିପରି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲି ବିଟ ବନପାଳ ବିପିନ୍ ସାହୁ ନେତୃତ୍ୱରେ ବନରକ୍ଷୀ ସଞ୍ଜୀବ ପ୍ରଧାନ, ନୃପ ଠାକୁର, ଜନକ ବାରିକ, ଭକ୍ତ ଗଡତିଆ, ବିଶ୍ବ ମାଝୀ, ସୁଦାମ ସେଲମା, ଉଭାକର ରଏତି ଏକ ଟିମ କରି ଜଙ୍ଗଲ ପାଦଦେଶରେ ଥିବା ଗାଁ ଗୁଡ଼ିକ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରିଛନ୍ତି। ଦୁଇ ବନପାଳ ଜଙ୍ଗଲ ଉଭୟ ପଟ ରାସ୍ତାକୁ ସନ୍ଧ୍ୟାରେ ବନ୍ଦ କରାଇ ଜଙ୍ଗଲ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ଏନେଇ ବଣୁଆ ହାତୀ କାହାରି କୌଣସି କ୍ଷୟକ୍ଷତି ନ କରିଥିବା ସୂଚନା ମିଳିଛି।



