Saturday, April 19, 2025
spot_imgspot_imgspot_img
Homeଅଘଟଣସାଲେପାଲି ଲୁଟ ଘଟଣା : ୮ ଅଭିଯୁକ୍ତ ଗିରଫ ।

ସାଲେପାଲି ଲୁଟ ଘଟଣା : ୮ ଅଭିଯୁକ୍ତ ଗିରଫ ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ଥାନା ସାଲେପାଲି ଠାରେ ହୋଇଥିବା ଲୁଟ ମାମଲାରେ ପାଟଣାଗଡ଼ ପୁଲିସ ୨୪ ଘଣ୍ଟା ଭିତରେ ଆଠ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ଗୋଟିଏ ସ୍କୁଟି,ନଗଦ ୧୨୦୦ ଟଙ୍କା, ଦୁଇଗୋଟି ମୋବାଇଲ ଓ ଗୋଟିଏ ଭୁଜାଲି ଓ ଛୁରୀ ଜବତ କରାଯାଇଥିବା ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ବଡପଡା ର ସୁନୀଲ ମେହେର (୨୦), ଲରମ୍ଭା ଥାନା ଘସିଏନ ଗାଁର ସରୋଜ ନାଗ (୧୯), ସାହିଲ କୁମ୍ଭାର (୧୯), ଚିଣ୍ଟୁ କୁମ୍ଭାର (୧୯), ରୋହିତ କୁମ୍ଭାର (୨୩), ପାଟଣାଗଡ଼ ବଡପଡା ର ରୋହିତ ବାଗ (୨୩), ଓ ଲରମ୍ଭା ଥାନା ଗଣ୍ଡାମେଲ ଗାଁର ସୁନୀଲ ସୁନା (୨୧), ଙ୍କ ସହ ପାଟଣାଗଡ଼ ରାମପାଲି ର ଜଣେ ନାବାଳକ ରହିଛନ୍ତି।

ପୁଲିସର ସୂଚନାନୁସାରେ ଗୁରୁବାର ଦିନ କର୍ଲାମାଳ ଗାଁର ପୂର୍ଣଚନ୍ଦ୍ର କୁମ୍ଭାର ନିଜ ଗାଁକୁ ଯାଉଥିବା ସମୟରେ ସାଲେପାଲି ଗାଁ ନିକଟରେ ଛକି ରହିଥିବା କିଛି ଦୁର୍ବୃତ୍ତ ଭୁଜାଳି ଦେଖାଇ ତାଙ୍କ ଠାରୁ ଗୋଟିଏ ରେଡମି ମୋବାଇଲ ଓ ନଗଦ ୫୧୫୦ ଟଙ୍କା ଲୁଟ କରିଥିଲେ। ଏ ନେଇ ଶ୍ରୀ କୁମ୍ଭାର ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ପାଟଣାଗଡ଼ ପୁଲିସ ଏହି ଘଟଣାରେ ତଦନ୍ତ ଜାରିରଖିଥିଲା। ବଲାଙ୍ଗିର ଏସପି ଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ପାଟଣାଗଡ଼ ଏସଡ଼ିପିଓ ସଦାନନ୍ଦ ପୁଝାରୀ ଓ ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କ ନେତୃତ୍ୱରେ ଲୁଟ ଘଟଣାରେ ଚଢ଼ାଉ କରାଯାଇ ସମ୍ପୃକ୍ତ ଥିବା ଆଠ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଆକ୍ଟିଭା ସ୍କୁଟି (ଓଡି ୧୭ ଇ ୨୧୪୦), ଦୁଇଗୋଟି ମୋବାଇଲ, ନଗଦ ୧୨୦୦ ଟଙ୍କା, ଗୋଟିଏ ଭୁଜାଲି ଓ ଗୋଟିଏ ଛୁରୀ ଜବତ କରାଯାଇଛି।

error: Content is protected !!