Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସାର୍ବଜନୀନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଶୁଭାରମ୍ଭ।

ସାର୍ବଜନୀନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଶୁଭାରମ୍ଭ।

ବରପାଲି – ବରପାଲି ବ୍ଲକ୍ ଯାଦବ ସମାଜ ପକ୍ଷରୁ ତ୍ରିଦିବସିୟ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ସୂଭାରମ୍ଭ ହୋଇଯାଇଛି।
ଦ୍ୱାବିଂଶତି ତମ ମହୋତ୍ସବ ସ୍ଥାନିୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜନ କରାଯାଇଛି। ରବିବାର ପୁର୍ବାହ୍ନରେ ଦେବାଦେବୀ ନିମନ୍ତ୍ରଣ ଉଦେଶ୍ଯରେ ସମାଜର ସଦସ୍ଯ ଓ ସଦସ୍ଯା ଭକ୍ତ ମଣ୍ତଳୀ ପରିକ୍ରମାରେ ବାହାରି ଦେବାଦେବୀ ମନ୍ଦିର ଅଭିମୂଖେ ବାହାରିଥିଲେ। ପରେ ବାଜାଗାଜା ସହ କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗହିରବନ୍ଧରେ ପହଞ୍ଚିଥିଲେ। ପଣ୍ତିତ ହେମନ୍ତ ମିଶ୍ର ଓ ଆଚାର୍ଯ୍ଯ ମାନଙ୍କ ସହଯୋଗରେ ସିଦ୍ଧିକାର୍ଯ୍ଯ ସମ୍ପର୍ଣ୍ଣ ପରେ ପୂର୍ଣ୍ଣକୁମ୍ଭ ଶୋଭାଯାତ୍ରା ପରିକ୍ରମା ମାଧ୍ଯମରେ କଲ୍ଯାଣମଣ୍ତପ ପୂଜାମଣ୍ତପରେ ପହଞ୍ଚିଥିଲେ। ପଣ୍ତିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା କଳସ ମାନ ପ୍ରଥା ଅନୁସାରେ ସ୍ଥାପନ କରାଯିବା ସହ ପୂଜନପର୍ବ ଆରମ୍ଭ ହୋଇଥିଲା। ଅପରାହ୍ନରେ ଆୟୋଜକ ମାନଙ୍କ ଦ୍ବାରା ରଙ୍ଗୋଲୀ,ନୃତ୍ୟ ଗୀତର ଆସର ଆୟୋଜିତ ହୋଇଥିଲା।

ଆସନ୍ତା ସୋମ‌ବାର ଜନ୍ମାଷ୍ଟମୀ ବ୍ରତ ପାଳନ ଅବସରରେ ସକାଳ ସମୟରେ ପୂଜାର୍ଚ୍ଚନା, ଗୋପାଳଙ୍କର ସହସ୍ର ନାମ ପାଠ, ଶିଶୁ କଳାକାର ମାନଙ୍କୁ ନେଇ “ବାଳକୃଷ୍ଣ ସମାବେଶ” ଏବଂ ପାରାୟଣ କାର୍ଯ୍ଯକ୍ରମ ବ୍ୟାସ ସୁରଜ ଚନ୍ଦ୍ର ଦେବତା ଓ ସାଥୀ କଳାକାର ମାନଙ୍କ ଦ୍ବାରା ପରିବେଷଣ ହେବ। ସେହିପରି ମେଧା ପ୍ରତିଭା ସମ୍ବର୍ଦ୍ଧନା, “ଭକ୍ତି ସାଗର” ଭକ୍ତି ସଂଗୀତ ଉପରେ ଆଧାରିତ ନୃତ୍ୟ ଓ ଗୀତ ସମାବେଶ ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଲିଟିଲ୍ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହେବ। ପଞ୍ଚମ ବଲାଙ୍ଗିର ସଂସ୍ଥା ପକ୍ଷରୁ ଓଡ଼ିଶୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ମାନ ମଞ୍ଚସ୍ଥ ହେବ। ସନ୍ଧ୍ୟା ସମୟରେ ପୁରସ୍କାର ବିତରଣ ସହ ଆଧ୍ଯାତ୍ମିକ ପ୍ରବଚନ ମାଧ୍ଯମରେ ଜନ୍ମାଷ୍ଟମୀ ବ୍ରତ ପାଳନ ନାଟ୍ୟ ରୂପାନ୍ତର- ଉଗ୍ରସେନ ଭେଟ, ବିଜୁଳି କନ୍ୟାର ଭବିଷ୍ୟତ ବାଣୀ, ଗୋପୀ ଓ ଗୋପାଳ ମାନଙ୍କର ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ, ଦୋଳିଖେଳ କାର୍ଯ୍ଯକ୍ରମ ମାନ ପ୍ରସ୍ତୁତ କରାଯିବ।

ମଙ୍ଗଳବାର ନନ୍ଦୋତ୍ସବ ପାଳିତ ହେବା ସହ ସକାଳ ସମୟରେ ହୋମ, ଆରତୀ, ପୂଜାର୍ଚ୍ଚନା ହେବା ସହ “ଗୋପୂଜା” ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଯାଦବ ବନ୍ଧୁ ତଥା ଯାଦବ ସମାଜର କର୍ମକର୍ତା ମାନଙ୍କୁ ନେଇ ‘‘ଯାଦବ ବନ୍ଧୁ ମିଳନ ’’ ଗୋପୀ ଗୋପାଳଙ୍କ ସହ ନନ୍ଦରାଜାଙ୍କ ନଗର ପରିକ୍ରମା, ଦୁଲଦୁଲି ବାଜା, ଘଣ୍ଟବାଦ୍ୟ,ଗୌଡ଼ବାଡ଼ି,ଘୁମୁରା, କୃଷ୍ଣଗୁରୁ, ମହିଳା ସଂକିର୍ତ୍ତନ୍ୟ, ଲଉଡ଼ି ପଦର୍ଶନ ସହିତ ଅପରାହ୍ନରେ ଦଧିଭାଣ୍ଡ ଭଞ୍ଜନ, ଶାନ୍ତିପାଠ ଓ କଳସ ବିସର୍ଜନ ହୋଇ ଉତ୍ସବର ସମାପନ ପର୍ବ ପାଳିତ ହେବ। ପୂଜାକର୍ତ୍ତା ଭାବରେ ଦେବକୀ ଓ ବସୁଦେବ ସଂଯୁକ୍ତା ଭୋଇ ଓ ଧୀରେନ୍ଦ୍ର କୁମାର ଭୋଇ, ଯଶୋଦା ଓ ନନ୍ଦରାଜା ରୁକ୍ମିଣୀ ରାଉତ ଓ କୁଞ୍ଜବିହାରୀ ରାଉତ ଦାୟିତ୍ବଭାର ତୁଳାଇବେ। ପରିଚାଳନାରେ କମିଟି ସଭାପତି ମନଫୁଲ ଭୋଇ, ଗୋବିନ୍ଦ ଯୁଆଡ଼ି ସଂପାଦକ, ଖାଡିଆ ବଗର୍ତ୍ତି, ଅକ୍ଷୟ ଭୋଇ, ନନ୍ଦକିଶୋର ବାଗ, ରସାନନ୍ଦ ଥପା, ସୁଦାମ ପୋଢ଼, ହଜାରୁ ମହାକୁର, କୁନୁ ଜାଲ, ପ୍ରତାପ ନାଗ ପ୍ରମୁଖଙ୍କ ସହ ସମାଜର ସଦସ୍ଯ ଓ ସଦସ୍ଯା ମାନେ ସହଯୋଗ କରୁଛନ୍ତି।

error: Content is protected !!