Saturday, March 7, 2026
Homeରାଜ୍ୟସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ପାଇକମାଲ(ନିରୋଜ କୁମାର ପାଣୀ)-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍  ସଭାଗୃହ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ବ୍ଲକ୍ ବିଡିଓ ପ୍ରଫୁଲ କୁମାର ଓଦୁ ପରିଚାଳନା କରିଥିଲେ । ପାଇକମାଲ ଆଡିସିନାଲ ତହସିଲଦାର ପ୍ରତାପ ପୁଝାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକ ମଞ୍ଚାସିନ ଥିଲେ । ଭବାନୀ ପଟେଲ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ ।

କିପରି ଭାବରେ ସୁରୁଖୁରୁ ରେ ସାଧାରଣ ତନ୍ତ୍ର ଦିବସ ପାଳନ କରା ଯିବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା ହେଲା ପରେ ପତାକା ଉତ୍ତୋଳନ ପାଇଁ ମୂଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କୁ ନିମନ୍ତ୍ରଣ କରିବା କୁ ସ୍ତିର କରାଗଲା ।

ଆସନ୍ତା ୨୦ ତାରିଖ ଦିନ ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ୪ ଟି ସ୍ତର ରେ କରାଯାଇ ୩ ଜଣ ପ୍ରତିଯୋଗୀମାମଙ୍କୁ ପ୍ରଥମ ଦ୍ବିତୀୟ ଓ ତୃତୀୟ ଦୁଇ ଦଳ ରୁ ୨୪ ଜଣଙ୍କୁ ବଛା ଯାଇ ୨୬ ତାରିଖ ଦିନ ପ୍ୟାରେଡ ପଡିଆରେ ପୁରସ୍କୃତ କରାଯିବ । ବୈଠକରେ ଦ୍ବାଦଶ ପ୍ରଧାନ, ନମିତା ସାହୁ, ସୁଶାନ୍ତ ସାହୁ,ଭରତ କୁମାର ସିଂ, ପାଇକମାଲ କ୍ଲଷ୍ଟର ପ୍ରଧାନ ଶିକ୍ଷକ ଓ ପିଟି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

error: Content is protected !!