ପଦ୍ମପୁର – ପଦ୍ମପୁର ସହରର ସାମାଜିକ ଅନୁଷ୍ଠାନ ସହଯୋଗର ଦ୍ଵିତୀୟ ସ୍ଵନକ୍ଷତ୍ର ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବିରକୁ ପଦ୍ମପୁର ବିଧାୟିକା ଓ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ଚୌହାନ ନିଜେ ରକ୍ତଦାନ କରି ଉତ୍ସାହିତ କରିଥିଲେ।

ପଦ୍ମପୁର ବିଧାୟିକା ସହଯୋଗ ଅନୁଷ୍ଠାନର ବିଗତ ଦିନରେ ହୋଇଥିବା କାର୍ଯ୍ୟକୁ ପ୍ରସଂଶା କରିବା ସହିତ ଉତ୍ତୋରତର କାମନା କରିଥିଲେ। ଶିବିରରୁ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ସଂଗ୍ରହ ହୋଇଥିଲା। ପଦ୍ମପୁର ରକ୍ତଭଣ୍ଡାର ସଂଗ୍ରାମ କେଶରୀ ମହନ୍ତ, ସୁମିତ୍ ସିହ୍ନା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ମୌସମ ପାଗଡ଼ା, ସମ୍ପାଦକ ତାପସ କୁମାର ନାୟକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।



