ବରପାଲି-ବରପାଲି ବ୍ଳକ ବାରଙ୍ଗପାଲି ସେବାଶ୍ରମ ସ୍କୁଲ ସହକାରୀ ଶିକ୍ଷକଙ୍କ ସ୍ଥାନାନ୍ତର ନିର୍ଦ୍ଦେଶନାମାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ବିରୋଧ ହୋଇଥିବା ଜଣାପଡିଛି। ସ୍କୁଲରେ କାର୍ଯ୍ଯରତ ସହକାରୀ ଶିକ୍ଷକ କଳ୍ପତରୁ ସାହୁଙ୍କ ଅନ୍ଯତ୍ର ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଖବରଟି ଜଣାପଡିଲା ପରେ ସ୍କୁଲ ପରିଚାଳନା କମିଟି ସହ ଗ୍ରାମବାସୀ ବରଗଡ ଜିଲ୍ଲାପାଲଙ୍କ ଦ୍ବାରସ୍ଥ ହୋଇ ପୁନଃ ନିଯୁକ୍ତି ପାଇଁ ଦାବୀ ଜଣାଇଥିଲେ।
ସୂଚନାନୁଯାୟୀ ଶିକ୍ଷଘୂକ ସାହୁ ବାବୁଙ୍କ ଶିକ୍ଷାଦାନ ଶୈଳି,ଛାତ୍ରଛାତ୍ରି ମାନଙ୍କ ପ୍ରତି ରହିଥିବା ସ୍ନେହ,ଆତ୍ମିୟତା,ସ୍କୁଲ ପରିଚାଳନାଗତ ସହଯୋଗିତା ସମ୍ପର୍କିତ ବିଷୟ ସହ ଶିକ୍ଷାଦାନର ଗୁଣବତ୍ତା ମାନବୃଦ୍ଧିକୁ ନେଇ ପୁନଃ ଥଇଥାନ ଉପରେ ଉପସ୍ଥାପନ କରିଥିଲେ। ପ୍ରତିନିଧି ଦଳରେଙ ସରପଞ୍ଚଙ୍କ ସମେତ ପରିଚାଳନା ସଭାପତି ତଥା ଅଭିଭାବକ ମାନେ ସାମିଲ ହୋଇଥିଲେ।