Saturday, March 7, 2026
Homeରାଜ୍ୟସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ସହକାରୀ ଯନ୍ତ୍ରୀ ଶ୍ରୀ ବଳରାମ ପାତ୍ରଙ୍କୁ ପଂଚାୟତ ସମିତି ଖଡ଼ିଆଳ ତରଫରୁ ପଂଚାୟତ ସମିତିର ପାନ୍ଥଶାଳା ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉକ୍ତ ସଭାରେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ପଂଚାୟତ ସମିତି ଅଧ୍ୟକ୍ଷ୍ୟା ପୁଷ୍ପାଞ୍ଜଳି ନନ୍ଦ, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରସିଂହ ଗଡବା, ଅତିରିକ୍ତ ତହସିଲଦାର ଶ୍ରୀ ନାୟକ, ଏଇଇ ରାଣୀ ପଣ୍ଡା, ସହକାରୀ ଯନ୍ତ୍ରୀ ବିକର୍ତ୍ତନ ହାଁସଦା, ବିଏଫଓ ଶ୍ରୀ ବେହେରା, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା, ଏପିଓ ପ୍ରଦୀପ ଓଝା, ପି ଇ ଓ ମାଧବ ହାତୀ ଶ୍ରୀ ପାତ୍ରଙ୍କ ଭଲ କାର୍ଯ୍ୟକଳାପର ଗୁଣଗାନ କରିଥିଲେ।

ଶ୍ରୀ ପାତ୍ର ନିଜର ବକ୍ତବ୍ୟରେ ପଂଚାୟତ ସମିତି ଖଡ଼ିଆଳର ସମସ୍ତ କର୍ମଚାରୀଙ୍କୁ ସହଯୋଗ କରିଥିବାରୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବିଭୂତି ଭୂଷଣ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ବଡ଼ବାବୁ ବିନୋଦ ବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମଧୁସ୍ମିତା ସିଂ, ରମେଶ ଦୀପ, ପାର୍ଥ ମୁଣ୍ଡ, ଚକ୍ର ସେଠି, ରେଣୁ ମାଝୀ, ମନୀଷ ସାହୁ, ସୁବନ୍ତି ବିଶି ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!