ପଦ୍ମପୁର-ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିର ଠାରେ ଚଳିତ ବର୍ଷ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଘେଁସ ବନାଞ୍ଚଳ ସର୍ଗିବାହାଲ ବନବିଭାଗର ଫରେଷ୍ଟ ଗାର୍ଡ ଶ୍ରୀଯୁକ୍ତ ହେମସାଗର ସାହୁ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପୌଲସ୍ତିରାମ ସାହୁ, ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ, ସମ୍ପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା, ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ଆୟୋଜିତ ସଭାରେ ମୁଖ୍ୟ ଅତିଥି ପରିବେଶର ସନ୍ତୁଳନରକ୍ଷା, ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଗୋଟିଏ ଗଛ ମାଆ ଙ୍କ ନାମରେ ଏବଂ ବଞ୍ଚିବା ପାଇଁ ଗଛଟିଏ ଲଗାଇବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।



