Saturday, March 7, 2026
Homeରାଜନୀତିସରେଇକେଲା ଠାରେ ବିଜେଡି ର କର୍ମୀ ସମ୍ମିଳନୀ : ବର୍ଷା ମାନେ ପଦ୍ମପୁରର ବିକାଶ।

ସରେଇକେଲା ଠାରେ ବିଜେଡି ର କର୍ମୀ ସମ୍ମିଳନୀ : ବର୍ଷା ମାନେ ପଦ୍ମପୁରର ବିକାଶ।

ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରେଇକେଲା ଠାରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ସରେଇକେଲା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପଟେଲ, ଲଖମରା ପୂର୍ବତନ ସରପଞ୍ଚ ସୁନୀଲ ଅଗ୍ରୱାଲ, ସରପଞ୍ଚ ପ୍ରତିନିଧି ଭବାନୀ ପଟେଲ, ବିଜେଡ଼ି ନେତା ଧରମ ପାଢୀ, ପ୍ରଫୁଲ୍ଲ ମିଶ୍ର, ସନ୍ତୋଷ ବହିଦାର, ସନାତନ ସାହୁ ଯୋଗଦେଇ ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଲୋକସଭା ପ୍ରାର୍ଥୀନୀ ପରିଣିତା ମିଶ୍ର ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l

error: Content is protected !!