ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ସୁସ୍ଥ ଶରୀର ପାଇଁ ଯୋଗ ଓ ପ୍ରଣାୟାମ ର ଆବଶ୍ୟକତା ରହିଛି ।
ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଦୀନବନ୍ଧୁ ଦେହେରୀ ଓ ପ୍ରଦୀପ ରାଜହଂସ ଯୋଗ ଓ ପ୍ରାଣାୟାମ ପରିଚାଳନା କରିଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର, ଧନୁ ଗୁରୁଜୀ ଯୋଗ ଓ ପ୍ରାଣାୟାମ ପରିଚାଳନା କରିଥିଲେ ।
ଏଥିରେ ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।