ପଦ୍ମପୁର-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ବିକାଶରେ ମାତାଙ୍କ ଭୂମିକା ଓ ଶିଶୁ ଶିକ୍ଷାରେ ପ୍ରଚଳିତ ଭ୍ରାନ୍ତ ଧାରଣା ଓ ନିରାକରଣ ଉପରେ ଆଲୋକ ପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିବା ବେଳେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ନୀତୁ ସାହୁ ସଂଯୋଜନା କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସମ୍ମିଳନୀରେ ୧୦୫ ଜଣ ମାଆ ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।



