
ପଦ୍ମପୁର-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର ୪୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଭାରତୀୟ ସଂସ୍କୃତି ଉପରେ ମାର୍ଗ ଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୋଏ ଯୋଗଦେଇ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ପ୍ରଦତ୍ତ ୩୦ ଲକ୍ଷ ୯୬ ହଜାର ଅଟକଳ ମୂଲ୍ୟରେ ନିର୍ମତ ହେବାକୁ ଥିବା ବିଜ୍ଞାନଗାର ଓ ପାଠାଗାର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦ ,ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି ଭକ୍ତ ଚରଣ ସାହୁ ଯୋଗଦେଇ ବର୍ତ୍ତମାନର ଶିକ୍ଷାବ୍ୟବସ୍ଥା ଓ ଏକକ ତଥା ସଂଯୁକ୍ତ ପରିବାର ବିଷୟରେ ଆଲୋକ ପାତ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତୀଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ପୃଥିରାଜ ସାହୁ ଆର୍ଶିବଚନ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜନକଲାଲ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ଅରୁଣ ଉନ୍ମୋଚିତ ହୋଇଥିଲା । ଶ୍ରୀଯୁକ୍ତ ଭକ୍ତଚରଣ ସାହୁ, ଶ୍ରୀଯୁକ୍ତ ଆଶିଷ କୁମାର ମିଶ୍ର,ଡ଼ଃ ଶଙ୍କର ରାମଚନ୍ଦାନୀ ,ସମାଜସେବୀ ନିରୋଜ ଦୋରା, ଶ୍ରୀମତୀ ଉମା ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା।

ବାର୍ଷିକ ବିଭିନ୍ନ ପ୍ରତିଯୋଗିତା ତଥା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ସଭା ଶେଷରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କଲ୍ୟାଣୀ ମିଶ୍ର ସଂଯୋଜନା କରିଥିଲେ । ଉତ୍ସବ ପ୍ରମୁଖ ସୁକାନ୍ତ କିଶୋର ସାହୁଙ୍କ ତତ୍ବାବଧାନରେ ଅରୁଣ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଶୀ ନୃତ୍ୟ ,ସମ୍ବଲପୁରୀ ନୃତ୍ୟ ,ଯୋଗାସନ ପିରାମିଡ , ରାମାୟଣ,ଦୁଲଦୁଲି ବଜା ପରିବେଷଣ ହୋଇଥିଲା । ନାଟ୍ୟକାର କେଶ ରଂଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ନାଟକ ଗୁଣାଢ଼୍ୟ ପ୍ରଦର୍ଶିତ ହୋଇଥିଲା । ଭାଇ ଭଉଣୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରିଚାଳନା ସମିତି, ପୁରାତନ ଛାତ୍ର ସଂସଦର ସଭ୍ୟସଭ୍ୟା ,ମାତୃ ଭାରତୀର ସଦସ୍ୟ ତଥା ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l



