Saturday, March 7, 2026
Homeରାଜ୍ୟସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲ ଠାରେ ଶିଶୁ ଦିବସ ପାଳିତ ।

ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲ ଠାରେ ଶିଶୁ ଦିବସ ପାଳିତ ।

ପଦ୍ମପୁର-ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ମହାଆଡମ୍ବରରେ ପାଳନ କରାଯାଇଛି। ଏଥିରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୁଶ୍ରୀ ବବିତା ସାହୁ ପ୍ରଜ୍ଜ୍ୱଳନ କରିଥିଲେ। ପରିଚାଳନା ସମିତିର ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଶିଶୁ ଦିବସ ବିଷୟରେ ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।

ବିଦ୍ବତ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଦାଉଦ୍ କୁଅଁର ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଶିଶୁ ଭାଇଭଉଣୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଭାଷଣ,ନାଚ, ଗୀତ ଓ ଅଭିନୟ କରାଯାଇଥିଲା। ଶେଷରେ ଗୁରୁଜୀ ଶ୍ରୀଯୁକ୍ତ ହରେରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!