ପଦ୍ମପୁର-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର ବଢେଇ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରି ରକ୍ଷାବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରକୁ ନୀତୁ ସାହୁ ସଂଯୋଜନା କରିଥିବା ବେଳେ ରକ୍ଷାବନ୍ଧନ ଉପରେ ମନ ମୋହିନୀ ଓ ଗଙ୍ଗାଧରଙ୍କ ଉପରେ ସ୍ନିଗ୍ଧା ବୌଦ୍ଧିକ ପ୍ରଦାନ କରିଥିଲେ ।

ସପ୍ତପର୍ଣ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ମାନେ ସହିତ ଥାନା ପରିସର, ବିଜ୍ଞାପିତ ଅଞ୍ଚଳ ପରିଷଦ, ବସଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ । ବିଦ୍ୟା ମନ୍ଦିର ପରିସରରେ ମୂଖ୍ୟ ଅତିଥି ଭାବରେ ଏକ ଟଙ୍କିଆ କ୍ଲିନିକ୍ ର ପ୍ରତିଷ୍ଠାତା ଡ଼ଃ ଶଙ୍କର ରାମଚନ୍ଦାନୀ ଯୋଗଦେଇ ବର୍ତ୍ତମାନ ଯୁଗରେ ରକ୍ଷା ବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସୁରେଶ ରାମଚନ୍ଦାନୀ , ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ଉପସ୍ଥିତ ଥିଲେ ।

ଅନ୍ୟତମ ଅତିଥି ଭାବେ ଶିକ୍ଷକ ଜୟଦେବ ବେହେରା ଯୋଗଦେଇ ରକ୍ଷାବନ୍ଧନ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସୁଷମା ସଂଯୋଜନା କରିଥିଲାବେଳେ କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ କୁସୁନାପାଲି , ଜେଲଘର ଚାରପାଲି କଲୋନୀ ଆଦି ସ୍ଥାନ ମାନଙ୍କରେ ରାକ୍ଷୀ ବାନ୍ଧିଥିଲେ।



