ବରପାଲି-ବରପାଲି ବ୍ଳକ ସତଲମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୈଦିକ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମୁଖ୍ୟଅତିଥି ଭାବରେ ପରିଚାଳନା ପରିଷଦ ପୂର୍ବତନ ସମ୍ପାଦକ ଦିନେଶ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ମାଧ୍ଯମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରିଚାଳନା ପରିଷଦ ସଭାପତି ବନବସ ପଧାନଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ବିବେକାନନ୍ଦ ପଧାନ ସ୍ୱାଗତ ସମ୍ବାଷଣ ସହ ଅତିଥି ପରିଚୟ ପ୍ରଧାନ କରିଥିଲେ।

ଗୁରୁମା କବିତା ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ପ୍ରଶିକ୍ଷକ ଭାବରେ ବରପାଲି ଶିଶୁ ବିଦ୍ୟା ମନ୍ଦିର ଗଣିତ ବିଭାଗିୟ ଗୁରୁଜୀ ଆନନ୍ଦ କୁମାର ବିଶି ଓ ଅଶୋକ ଭୋଇ ତଥା ଖଣ୍ଡହତା ଶିଶୁ ବିଦ୍ୟା ମନ୍ଦିର ର ଅରୂପାନନ୍ଦ ଦୀପ ଗୁରୁଜୀ ଯୋଗଦାନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କର୍ମଶାଳା ରେ ଶିଶୁମନ୍ଦିର ର ସୁନିତା, ଧରିତ୍ରୀ ନଳିନୀ ଗୁରୁମା, ସୁରେନ୍ଦ୍ର ଗୁରୁଜୀ ତଥା ଅନ୍ୟ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ। ଶତାଧିକ ଅଭିଭାବକ,ଅଭିଭାବିକା ଯୋଗଦାନ କରିଥିଲେ।



