ବରପାଲି – ବରପାଲି ସରସ୍ଵତୀ ମହିଳାସଂଘ ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଟିଗାଁ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଶିବିରରେ ୭୧ଜଣ ପିଡିତାଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ଆଠଜଣ ପିଡିତାଙ୍କୁ ମହାନଦୀ ମୂଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।
ସରପଞ୍ଚ ହିମାଞ୍ଚଳ ସାହୁଙ୍କ ନେତୃତ୍ୱରେ ଧନେଶ୍ୱର ସିଂହ, ସଚିନ ସିଂହ ,କ୍ରିଡାଶିକ୍ଷକ ଯଶୋବନ୍ତ ପୂଜାରୀ, ପ୍ରକାଶ ବାରିକ, ଦେବେନ୍ଦ୍ର ଭୋଇ ତଥା ଗ୍ରାମବାସିଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l ଚକ୍ଷୁ ଚିକିତ୍ସାଳୟରୁ ଧର୍ମୁ ମହାନନ୍ଦ, ଜଗାବଳିଆ ସାହୁ, ଚନ୍ଦ୍ରଶେଖର ନନ୍ଦ, ଦୈତାରୀ ଅମାତ୍, ମୋନାଲିସା ସାହୁ, ଶୁଭଲକ୍ଷ୍ମୀ ଭୁକ୍ତା , ଉମା ପାଇକ ପ୍ରମୁଖ ଚିକିତ୍ସା ଦଳଙ୍କ ସହଯୋଗରେ ପରୀକ୍ଷା ନିରିକ୍ଷା କରାଯାଇଥିଲା ।
ଏହି ଅବସରରେ ସରସ୍ଵତୀ ସଂଘର ଲୀଳାବତୀ ତ୍ରିପାଠୀ,ଘରଯୁଗୀ ଗଡତିଆ,ସୁନିତା ମୁଣ୍ଡ,ସୁମନା ଦାଶ, ସ୍ନିଗ୍ଧା ରାଣୀ ଦେବତା,ନିବେଦିତା ସାହୁ, ଅଯୋଧ୍ୟା ଦାଶ, ସବିତା ଦାଶ, ସୁକାନ୍ତି ମେହେର, ଚାନ୍ଦିନୀ ମେହେର, ପୂର୍ଣ୍ଣିମା ମେହେର, ସୌଦାମିନୀ ଖଟୁଆ ଆଦି ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସସୀମ ପଧାନ,ନୂତନ ପଧାନ, ମୃତ୍ୟୁଞ୍ଜୟ ସାହୁ, ତିରୋଥ ପଧାନ , ହରିଭକ୍ତ ସାହୁ ଆଦି କର୍ମକର୍ତ୍ତା ଗଣ ସହାୟତା କରିଥିଲେ। ଶେଷରେ ସରସ୍ଵତୀ ସଂଘ ସଂପାଦିକା ସୁନିତା ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।