Sunday, March 8, 2026
Homeରାଜ୍ୟସରକାରୀ ୟୁ.ପି.ବିଦ୍ୟାଳୟ,ବାଜେନମୁଣ୍ଡାରେ ବନମହୋତ୍ସବ ।

ସରକାରୀ ୟୁ.ପି.ବିଦ୍ୟାଳୟ,ବାଜେନମୁଣ୍ଡାରେ ବନମହୋତ୍ସବ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବାଜେନମୁଣ୍ଡା ଗ୍ରାମର ସରକାରୀ ୟୁ.ପି.ବିଦ୍ୟାଳୟ,ବାଜେନମୁଣ୍ଡା ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ ସଭାପତିତ୍ଵ କରି “ମା ପାଇଁ ଗଛ ଟିଏ”ର ତାତ୍ପର୍ଯ୍ୟ ବୁଝାଇଥିବା ବେଳେ ବରିଷ୍ଟ ଶିକ୍ଷକ ମନୋଜ କୁମାର ପଣ୍ଡା ବନୋମହୋତ୍ସବର ଉଦେଶ୍ୟ ଜ୍ଞାପନ କରି ସଭା ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି କେ. ଆର୍. ପି . ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ପ୍ରସନ୍ନ କୁମାର ମେହେର ଓ ସମ୍ମାନିତ ଅତିଥି କଳା ଶିକ୍ଷକ ଚନ୍ଦ୍ର ଶେଖର ବାରିକ ମଞ୍ଚାସିଲ ହୋଇ ପରିବେଶ ସଚେତନତା ସହିତ ବୃକ୍ଷରୋପଣକୁ ଉତ୍ସାହିତ କରିବା ଓ ବୃକ୍ଷଲତାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜେନ୍ଦ୍ର ସାହା, ଲକ୍ଷ୍ମଣ ମେହେର, ମହେନ୍ଦ୍ରୀ ସେଠ,ଅଶୋକ କୁମାର ସାହୁ,ଲନିଲିକାନ୍ତ ବିଶ୍ଵାଳ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ । ଖେଳ ଶିକ୍ଷକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକୃତିପ୍ରେମୀ ପ୍ରସନ୍ନ କୁମାର ମେହେର ୧୦୦ରୁ ଉର୍ଦ୍ଧ ଚାରା ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରିଥିଲେ l

error: Content is protected !!