ବରପାଲି – କେନ୍ଦ୍ର ଓ ରାଜ୍ଯ ସରକାର ବୟଷ୍କ ଓ ଅସହାୟ ମାନଙ୍କ ସହାୟତା ନିମନ୍ତେ ବିଭିନ୍ନ ଯୋଜନା ମାଧ୍ଯମରେ ଭିନ୍ନଭିନ୍ନ ସହଯୋଗ ମାନ ଯୋଗାଇ ଆସୁଥିବା ଦେଖାଯାଉଛି। ହେଲେ ପ୍ରକୃତ ହିତାଧିକାରୀ ମାନେ ଅନେକ ସ୍ଥାନରେ କର୍ମକର୍ତ୍ତା ମାନଙ୍କ ଇଚ୍ଛାଶକ୍ତିର ଅଭାବର ଶିକାର ହେଉଛନ୍ତି। ବରପାଲି ବ୍ଲକ ଭଟିଗାଁ ଗ୍ରାମରେ ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଗ୍ରାମର ନାଗର ଷଣ୍ଢ ବୟଷ ୭୫ ଓ ତାଙ୍କ ପତ୍ନୀ କୋକିଳା ଷଣ୍ଢ ବୟଷ ୭୦ ଏକ ମାଟି ଭଙ୍ଗାଦଦରା ଖପର ଘରେ ରହୁଛନ୍ତି।

ବୟଷ୍କ ଦମ୍ପତି ବହୁ ଦିନରୁ ଆବାସଗୃହ ଟିଏ ପାଇବା ଆଶା ନେଇ ଚାତକ ପରି ଅପେକ୍ଷା କରିଛନ୍ତି। ହେଲେ ଦିନପରେ ଦିନ ବିତି ଯାଉଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ ସୁପଳ ମିଳି ପାରିଲାନାହିଁ। ପେଟ ପାଟଣା ନିମନ୍ତେ ପରିଣତ ବୟଷରେ ମଧ୍ଯ ନିଜ କୌଳିକବୃତ୍ତି ବାଦ୍ଯଯନ୍ର୍ତ ମରାମତି କାମକୁ ଆଦରି ନେଇଛନ୍ତି। ଘର ସମ୍ମୁଖ ଅଗଣା ବାରଣ୍ତା ଦମ୍ପତିଙ୍କ ରନ୍ଧନଶାଳା ସହ ମରାମତି କାର୍ଯ୍ଯଶାଳ ଭାବରେ ବ୍ଯବହୃତ ହୋଇଥାଏ।

ବୃଦ୍ଧ ପରିବାର ଘରଟିଏ ଆଶାରେ ପଞ୍ଚାୟତଠୁ ନେଇ ବ୍ଲକ କାର୍ଯ୍ଯାଳୟରେ ବାରାମ୍ବାର ହାରିଗୁହାରି ଜଣାଇଥିଲେ ସୁଦ୍ଧା ଆଶା ଟିକାକ ନିରାଶାରେ ପରିଣତ ହେବା ସାର ହୋଇଛି। ଦମ୍ପତିଙ୍କ ଦୁଇଟି ପୁଅ ସେମାନେ ନିଜ ପରିବାର ସହ ଅନ୍ଯତ୍ର ନିଜ ପେଟ ପାଟଣାରେ ବ୍ଯସ୍ତ ରହିଛନ୍ତି। ଦମ୍ପତିଙ୍କ ବୟାସାଧିକ କାରଣରୁ ସାଧାରଣ ଶାରିରିକ ପିଡା ସହ ବିପି,ମଧୁମେହ,କିଡିନି ପିଡିତ ହୋଇ ଯାହିତାହି ଭାବେ ଚିକିତ୍ସିତ ହେଉଛନ୍ତି।

ମାସିକଭତ୍ତା ପାଉଥିବା ବେଳେ ଯୋଗାଣ ସହାୟତା ପାଉଛନ୍ତି। ହେଲେ ଘରଟିଏ ପାଇବା ସାତ ସପନ ସାଜିଥିବା ଦେଖାଯାଇଛି। ଦମ୍ପତିଙ୍କ ଅବସ୍ଥିତିକୁ ନିରିକ୍ଷଣ କରି ବ୍ଲକ କର୍ମକର୍ତ୍ତା ଗୁରୁତ୍ବ ଦେବା ସହ ଆବାସ ଯୋଜନାରେ ପରିବାରକୁ ସାମିଲ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।

