ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଭାତୃତ୍ବ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ । ସମ୍ବଲପୁର ଜିଲ୍ଲାର ଶିକ୍ଷାବିତ୍ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଚିକାଗୋ ଧର୍ମ ମହାସଭାର ବକ୍ତବ୍ୟ ତଥା ଜୀବନରେ ଯୋଗ ଓ ସାଧନାର ମହତ୍ୱ ବିଷୟରେ ଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ମାନସ ରଞ୍ଜନ ଶତପଥୀ,ପୂଜାରାଣୀ ନାୟକ, ରବିନା ପଧାନ ,ସଂଯୁକ୍ତା ଭୋଇ, ମନିଷା ଭୋଇ,ବୃନ୍ଦାବତୀ ସାହୁ , ଖୁସବୁ ବରିହା ,ଜ୍ୟୋତି ରେଖା ମହାନନ୍ଦ,ଚକ୍ରଧର ନାୟକ ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର ,ସୁଷମା ଦାସ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।